**ପ୍ରବାସୀ ଶ୍ରମିକ ଘରେ ନୂଆପଡା ଜିଲ୍ଲାପାଳ l ପ୍ରବାସୀ ଶ୍ରମିକ ହିସାବରେ ନଯିବା ପାଇଁ ପ୍ରବର୍ତ୍ତାଇବା ସହିତ ସହାୟତାର ପ୍ରତିଶୃତି ଦେଲେ l*
ନୂଆପଡ଼ା( ମିଖାଏଲ ନନ୍ଦ)
, ତା: ୧୬/୦୨
ନୂଆପଡ଼ା ଖଡିଆଳ ବ୍ଲକ୍ ର ଚନାବେଡା ପଞ୍ଚାୟତରେ ପରିବର୍ଦ୍ଧିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ହାତିପଡ଼ା ଗ୍ରାମ ଜଣେ ଫେରନ୍ତା ପ୍ରବାସୀ ଶ୍ରମିକ କେଦାର ହାତି ଘରକୁ ପରିଦର୍ଶନରେ ଯାଇଥିଲେ l ଜିଲ୍ଲାପାଳ ତାଙ୍କୁ ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ଯାତନାପୂର୍ଣ୍ଣ ପ୍ରବାସୀ ଶ୍ରମିକ ହିସାବରେ ଯିବାରୁ ବିରତ ରହି ମନରେଗା ଯୋଜନା ଅଧୀନରେ ସ୍ଥାନୀୟ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ନିଜ ଆବଶ୍ୟକତା ଅନୁସାରେ ଗୋ ପାଳନ, ଛେଳି ପାଳନ କିମ୍ବା ଛତି ଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଏହି ପଡାର ଅନ୍ୟ ପରିବାର ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବୁଝି ଏହାର ନିରାକରଣ ପାଇଁ ବିଡ଼ିଓ ଓ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଗ୍ରାମ ରୁ କେହି ଜଣେ ମଧ୍ୟ ଅନ୍ୟ ରାଜ୍ୟକୁ ପ୍ରବାସ ରେ ନଯିବା ପାଇଁ ଅନୁପ୍ରାଣିତ କରିଥିଲେ l ଏହା ସହିତ ଜିଲ୍ଲାପାଳ ଏହିଗାଁର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପାଠପଢ଼ା ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶ ଦେଇ ଆଗାମୀ ହାଇ ସ୍କୁଲ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ।
