କାମାକ୍ଷାନଗର ଅଂଚଳରେ ମହାଶିବରାତ୍ରି ପାଳିତ
(ଧର୍ମାନନ୍ଦ ସେଠି ଙ୍କ ଖବର)
କାମାକ୍ଷାନଗର-
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ବିଭିର୍ନ୍ନ ଶୈବ ପୀଠରେ ମହାଶିବରାତ୍ରି ସମାରୋହରେ ପାଳିତ ହୋଇଯାଇଛି l ଏହି ବ୍ଲକ ଅନ୍ତର୍ଗତ ବଡସୁଆଁଳୋ ପଞ୍ଚାୟତର ହାତୁଆରୀ ଗ୍ରାମ ନିକଟବର୍ତ୍ତୀ ରାମିଆଳ ନଦୀ ଗର୍ଭରେ ସର୍ବପୁରାତନ ଶୈବ ପୀଠ କପିଳେଶ୍ୱର ମନ୍ଦିରରେ ମହାଶିବରାତ୍ରି ଉପଲକ୍ଷେ ଆଖପାଖ ଗ୍ରାମାଞ୍ଚଳ ସହିତ କାମାକ୍ଷାନଗର ସହରର ସାହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ରହିଥିବା ବେଳେ ରାତିର ଶେଷ ପ୍ରହରରେ ଅର୍ଥାତ ଭୋର ୪ ଟାରେ ମହାଦୀପ ଉଠିଥିଲା l ଅନୁରୂପ ବାଇସିଙ୍ଗା ପଞ୍ଚାୟତର ତେନ୍ତୁଳିସିଂହା ସ୍ଥିତ ରାମିଆଳ ନଦୀ ତଟରେ ଅବସ୍ଥିତ ସର୍ବପୁରାତନ ଶୈବ ପୀଠ ରାମେଶ୍ୱର ମନ୍ଦିରରେ ଆଖପାଖ ଗ୍ରାମରୁ ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ରହିଥିବା ବେଳେ ସାଢେ ଏଗାର ଟାରେ ମହାଦୀପ ଉଠିଥିଲା l ବାଉଁଶପାଳ ପଞ୍ଚାୟତର ଶିବୁଳାପସୀ ଗ୍ରାମ ନିକଟରେ ଥିବା ସ୍ଵପ୍ନେଶ୍ଵର ଶିବମନ୍ଦିରରେ ସାହସ୍ରାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ବେଳେ ରାତି ଏଗାର ଟାରେ ମହାଦୀପ ଉଠିଥିଲା l ସେହିପରି ସହରର ଅନନ୍ତପୁର ବସ୍ତିର ଦିବ୍ୟସିଂହ ମନ୍ଦିର, ମୁଣ୍ଡିଦେଉଳି ସ୍ଥିତ କାମେଶ୍ୱର ମନ୍ଦିର, ଜିରିଡାମାଳୀ ସ୍ଥିତ ଜଳସେଚନ କଲୋନୀରେ ଥିବା ଶିବମନ୍ଦିର, ସହିତ ଗ୍ରାମାଞ୍ଚଳରେ ରହିଥିବା ବିଭିର୍ନ୍ନ ଶୈବ ପୀଠରେ ମହାଶିବରାତ୍ରି ସମାରୋହରେ ପାଳିତ ହୋଇଯାଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ମାଜିଷ୍ଟ୍ରେଟ ନିଯୁକ୍ତି କରାଯାଇ ପୋଲିସ ର ବ୍ୟବସ୍ଥା କରାଯାଇଥିଲା l
