ତା-୧୫/୨/୨୬
ବାପା ଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳିଲେ ପୁଅଝିଅ
Reporter -Uttam Das
ଦଶରଥପୁର
ଯାଜପୁର
ଦଶରଥପୁର ବ୍ଲକ ବିରିପଟା ଗ୍ରାମରେ ପୁଅଝିଅଙ୍କ ଦ୍ବାରା ବାପାଙ୍କ ଜନ୍ମଦିନ ପାଳନର ନିଆରା ଦୃଶ୍ୟ । ପାଳନ ହେଉଥିଲା ପୂର୍ବତନ ସରପଞ୍ଚ ତଥା ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ବିଜୟ କୁମାର ଧଳଙ୍କ ଜନ୍ମଦିନ । ଯେଁଉଥିରେ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ କିଟ, କିସ ଓ କିମ୍ସର ଡକ୍ଟର ଅଚ୍ୟୁତ ସାମନ୍ତ, ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ । ଅତିଥି ମାନେ ଶ୍ରୀ ଧଳଙ୍କ ଶୁଭ ମନାସିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଆଜିର ଅର୍ଥ ସର୍ବସ୍ବ ଦୁନିଆରେ ସ୍ନେହ ପ୍ରେମର ପ୍ରତୀକ ସ୍ବରୂପ ପିଲାମାନଙ୍କ ଦ୍ବାରା ମହା ଆଡମ୍ବରରେ ବାପାଙ୍କ ଜନ୍ମଦିନ ପାଳନ କରିବା ଘଟଣାର ଭୁରିଭୁରି ପ୍ରଶଂସା କରିଥିଲେ । ତେବେ ଏଭଳି ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଜନ୍ମଦିନ ଉତ୍ସବରେ ଅତିଥି ଭାବେ ସାମିଲ ହୋଇଥିବାରୁ ଶ୍ରୀ ଧଳ ଓ ତାଙ୍କର ସୁକନ୍ୟା କାବ୍ୟାଙ୍କ ସମେତ ଅନ୍ୟ ସମସ୍ତ ସନ୍ତାନ ସନ୍ତତି ମାନେ ସେମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ଶ୍ରୀ ଧଳ ଆଜି ୬୬ବର୍ଷ ବୟସରେ ପଦାର୍ପଣ କରିଥିବା ବେଳେ ପୁଅ, ଝିଅ, ଜ୍ବାଇଁ ଓ ଆତ୍ମୀୟ ସ୍ବଜନ ଆଦି ନିଜର ପିଲାମାନେ ଅତି ଉତ୍ସାହର ସହିତ ବାପାଙ୍କ ଏହି ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ସ୍ଥାନୀୟ ସରକାରୀ ହାଇସ୍କୁଲ ସମ୍ମୁଖ ନିଆରା ଢଙ୍ଗରେ ଏହି ଜନ୍ମଦିନ ପାଳନ କରିଥିଲେ । ସ୍କୁଲ କଲେଜର ଛାତ୍ରଛାତ୍ରୀ କେକ୍ କଟାରେ ସାମିଲ ହୋଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପ୍ରତ୍ୟେକ ମଣିଷ ପରିଣତ ବୟସରେ ବି ନିଜ ବାପା ମାଙ୍କ ସେବା କରିବା ସହିତ ସେମାନଙ୍କ ଜନ୍ମଦିନ ଉତ୍ସବ ପାଳନ କରି ସେମାନଙ୍କ ମୁହଁରେ ହସ ଫୁଟାଇଲେ ଏହା ସମାଜକୁ ନୂତନ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଧଳଙ୍କ ଝିଅ ନିଜ ପ୍ରତିକ୍ରିୟା ରଖି କହିଥିଲେ । ସହ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ କଳାକାରଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ଆଦି କଳା ପରିବେଷଣ କରାଯାଇଥିଲା । ବିଭୁ କିଶୋର, ଶାଶ୍ବତ ଯୋଶୀ, ଜୟଶ୍ରୀ ଧଳ, ସୌରଭ ଭରଦ୍ବାଜ, ଟୁକୁନା ଓ ଯାଦୁଗର ଉତ୍ତମ ଆଦି ନାମିଦାମି କଳାକାର ମାନେ ସୁନ୍ଦର ସୁନ୍ଦର ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକ ଓ ଅତିଥି ମାନଙ୍କ ମନ ମୋହିଥିଲେ । ସେମାନଙ୍କ ଆଧୁନିକ ଗୀତ ସହିତ ଭଜନ ଓ ପାରମ୍ପରିକ ଗୀତରେ ସଭିଏଁ ନାଚିଲେ । ସେପଟେ ଦର୍ଶକଙ୍କ ତାଳିରେ ଉଚ୍ଛୁଳି ଉଠିଥିଲା ସାରା ଅଞ୍ଚଳ ।
