ବାଜି ରାଉତ କଲେଜ ର ୪୯ ତମ ବାର୍ଷିକ ଉତ୍ସବ
“ବାଜି ରାଉତ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ବାନ”
(ଧର୍ମାନନ୍ଦ ସେଠି ଙ୍କ ଖବର)
କାମାକ୍ଷାନଗର –
ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ୪୯ ତମ ବାର୍ଷିକ ଉତ୍ସବ ” ବାଜି ଫେଷ୍ଟ ” ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସମବାୟ,ହସ୍ତତନ୍ତ ଓ ହସ୍ତଶିଳ୍ପ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଡଃ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି,କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି,ପୁରାତନ ଛାତ୍ର ସଂଗଠନ ସମ୍ପାଦକ ତଥା ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଶ୍ରୀମତୀ ଆୟୁସୀ ମହାପାତ୍ର,ତହସିଲଦାର ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି,କାମାକ୍ଷା ନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରଜନୀକାନ୍ତ ସାମଲ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀମତୀ ରେଣୁବାଳା ସାହୁ ଯୋଗଦେଇଥିଲେ । ବିଶ୍ବର ସର୍ବ କନିଷ୍ଠ ସହିଦ ଙ୍କ ନାମରେ ନାମିତ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ପ୍ରତ୍ୟେକ ବିଦ୍ୟାର୍ଥୀ ବାଜି ରାଉତ ଙ୍କ ଦାୟଦ ହିସାବରେ ନିଜକୁ ଧନ୍ୟ ମନେ କରିବା ସହିତ ଗର୍ବ ଅନୁଭବ କରିବା ଉଚିତ୍ । ଏବଂ ତତ୍ ସହିତ ବାଜି ରାଉତ ଙ୍କ ଭଳି ସାହସୀ,ଦେଶପ୍ରେମୀ ହୁଅନ୍ତୁ । ସହିଦ ବାଜି ରାଉତ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୁଅନ୍ତୁ ବୋଲି ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ ମାଧ୍ୟମରେ କଲେଜ ର ସଫଳତା ବର୍ଣ୍ଣନା କରିବା ସହିତ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟାପକ ପ୍ରଭାତ କୁମାର ଜେନା ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଯୋଗ ଦେଇଥିଲେ । ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
