*ଆସନ୍ତା ଫେବ୍ରୁୟାରୀ ୬ ତାରିଖରେ ଜିଲ୍ଲା ସ୍ତରୀୟ ସି. ଏମ, ଟ୍ରଫି ୧୬ ବର୍ଷରୁ କମ ବାଳକ ଓ ବାଳିକା କବାଡି ଚୟନ ପ୍ରକ୍ରୀୟା ।*
ନୂଆପଡ଼ା:(ମିଖାଏଲ ନନ୍ଦ)
ତା ୦୫.୦୨.
ଓଡ଼ିଶା ରାଜ୍ୟ ସି.ଏମ୍. ଟ୍ରଫି କବାଡ଼ି ଟୁର୍ନାମେଣ୍ଟ ନିମନ୍ତେ ୦୬ ଫେବୃଆରୀରେ ନୂଆପଡ଼ାରେ ଖେଳାଳି ଚୟନ କରାଯିବ । ଉକ୍ତ ଚୟନ ପ୍ରକ୍ରୀୟାରେ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରିଥିବା ୧୬ ବର୍ଷରୁ କମ ବାଳକ ଓ ବାଳିକା ମାନେ ଅଂଶଗ୍ରହଣ କରିପାରିବେ । ନୂଆପଡ଼ା ଜିଲାରୁ ଅନଲାଇନ ଓ ଅଫଲାଇନ ପଞ୍ଜୀକରଣ ସମୟ ସୀମା ମଧ୍ୟରେ ବାଳକ ବିଭାଗରେ ୧୮୮ ଜଣ ଓ ବାଳିକା ବିଭାଗରେ ୮୮ ଜଣ ନିଜ ନାମ ପଞ୍ଜୀକରଣ କରିଛନ୍ତି। ଏହି ଚୟନ ଶିବିରରେ କେବଳ ପଞ୍ଜୀକରଣ କରିଥିବା ୧୬ ବର୍ଷ ବୟସରୁ କମ ବାଳକ ଓ ବାଳିକା ଭାଗ ନେଇପାରିବେ । ସମସ୍ତ ଖେଳାଳୀ ନୂଆପଡ଼ା ଜିଲ୍ଲାର ବାସିନ୍ଦା ହୋଇଥିବା ବିଧେୟ । ପଞ୍ଜିକୃତ କରିଥିବା ୧୬ ବର୍ଷରୁ କମ ବାଳକ ଓ ବାଳିକା ମାନେ ନିଜ ଜନ୍ମ ତାରିଖର ପ୍ରମାଣ ପତ୍ର ଆଧାର କାର୍ଡ ଏବଂ ନିଜର ଦୁଇଗୋଟି ରଙ୍ଗୀନ ପାସପୋର୍ଟ ଫଟୋ ଦାଖଲ କରିବା ଜରୁରୀ ଅଟେ । ଅନ୍ୟଥା ସେମାନଙ୍କୁ ଓଡ଼ିଶା କବାଡି ଏସୋଶିଏଶନର ପ୍ରଦତ୍ତ ନିୟମ ଅନୁଯାୟୀ ଚୟନ ପ୍ରକ୍ରୀୟାରେ ସାମିଲ କରାଯାଇପାରିବ ନାହିଁ । ସମସ୍ତ ପଞ୍ଜୀକୃତ ଖେଳାଳୀ ନିଜ ନିଜର ଓରିଜିନାଲ ଜନ୍ମ ପ୍ରମାଣ ପତ୍ର ଓ ଓରିଜିନାଲ ଆଧାର କାର୍ଡ ଓ ଜେରକ୍ସ ଓ ଦୁଇଗୋଟି ଫଟୋ ଦାଖଲ କରିବା ଜରୁରୀ ଅଟେ । ନୂଆପଡ଼ା ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ, ଜିଲ୍ଲା ସ୍ତରୀୟ କବାଡି ଦଳ ମାନଙ୍କ ଚୟନ ନୂଆପଡ଼ା ସ୍ଥିତ ପି ଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଅଛି । ଖେଳାଳୀ ମାନେ ୬ ଫେବୃଆରୀ ସକାଳ ୮ ଘଣ୍ଟା ସମୟରେ ଆସି ନିଜ ନିଜର ସମସ୍ତ ଦଲିଲ ଦାଖଲ କରି ଚୟନ ପ୍ରକ୍ରୀୟାରେ ଭାଗ ନେଇ ପାରିବେ । ଜିଲ୍ଲାର କବାଡି ଦଳ ଗଠନ ନିମନ୍ତେ ପଞ୍ଜିକୃତ ଖେଳାଳି ମାନଙ୍କୁ ଚୟନ ପ୍ରକ୍ରୀୟାରେ ଭାଗ ନେବା ଜରୁରୀ ଅଟେ । ପଞ୍ଜିକୃତ ଖେଳାଳୀ ମାନେ ଚୟନ ପ୍ରକ୍ରୀୟାରେ ଭାଗ ନେବାପାଇଁ ନିଜର ଖେଳ ପୋଷାକ ସହିତ ଆସିବା ପାଇଁ ଅନୁରୋଧ କରାଯାଇଛି । ଏହି ଚୟନ ଶିବିରରେ ଯେଉଁ ଯୋଗ୍ୟ ବାଳକ ବାଳିକା ମାନେ ଉତ୍ତମ ଖେଳ ପ୍ରଦର୍ଶନ କରିବେ ସେମାନଙ୍କୁ ଜିଲ୍ଲା ଦଳରେ ସାମିଲ କରାଯିବ ଓ ସେମାନେ ଆଗାମୀ ଦିନରେ ହେବାକୁ ଥିବା ସି ଏମ ଟ୍ରଫି କବାଡି ଖେଳରେ ଭାଗ ନେଇପାରିବେ । ସବିଶେଷ ବିବରଣୀ ପାଇଁ ଶ୍ରୀ ମହତାବ ଆଡଯୁଆଡ ପି ଈ ଟି ମାଗୁରପାଣି ଉଚ୍ଚ ବିଦ୍ୟାଳୟଙ୍କ ମୋବାଇଲ ନମ୍ବର ୮୦୧୮୪୮୪୦୧୨ ଓ ଶ୍ରୀ ଦେବବ୍ରତ ସାହୁ, ଖେଲୋ ଇଣ୍ଡିଆ କବାଡି ପ୍ରଶିକ୍ଷକଙ୍କ ମୋବାଇଲ ନମ୍ବର ୮୧୬୦୭୯୦୫୬୮ ରେ ଯୋଗାଯୋଗ କରିପାରିବେ । ପଞ୍ଜୀକରଣ କରିଥିବା ସମସ୍ତ ବାଳକ ଓ ବାଳିକା ମାନଙ୍କୁ ଅନୁରୋଧ ସେମାନେ ଉପରେ ପ୍ରଦତ୍ତ ସମସ୍ତ ଦଲିଲ ସହିତ ସକାଳ ୮ ଘଣ୍ଟା ସମୟରେ ପହଞ୍ଚିବେ ଅନ୍ୟଥା ସେମାନେ ଚୟନରୁ ବାଦ ପଡ଼ିବେ । କବାଡି ଖେଳ ତଥା କବାଡି ଖେଳାଳୀଙ୍କ ପାଇଁ ଓଡ଼ିଶା ରାଜ୍ୟ ସରକାର ତଥା ଓଡ଼ିଶା କବାଡି ଏସୋସିଏସନ ର ଏହା ଏକ ସୁଚିନ୍ତିତ ଓ ସୁନ୍ଦର ପଦକ୍ଷେପ ହୋଇଥିବାରୁ ସମସ୍ତ ପଞ୍ଜିକୃତ ଖେଳାଳୀ ନିର୍ଦ୍ଧାରିତ ସମୟରେ ଓ ନିର୍ଦ୍ଧାରିତ ପଡିଆରେ ଆସି ଯୋଗ ଦେବା ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀ, ନୂଆପଡ଼ା ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଅନୁରୋଧ କରିଛନ୍ତି ।
