କୋରାପୁଟ l ତା /05/02/2026
ଛତିଶଗଡ଼ କ୍ୟାଡର ର ମହିଳା ମାଓବାଦୀ ଙ୍କ ର କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ l
ଆଜି କୋରାପୁଟ ଜିଲ୍ଲା ପୋଲିସ ତଥା ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ବିଶାଳ କନୱାର ସିଂହ ଙ୍କ ନିକଟରେ ଛତିଶଗଡ କ୍ୟାଡର ର ମହିଳା ମାଓବାଦୀ ମମତା ପଡିଆମି ଆଜି ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଆତ୍ମସମର୍ପଣ କରିଥିବା ବେଳେ ରାଜ୍ୟସରକାରଙ୍କର ଆତ୍ମସମର୍ପଣ ଅନୁସାରେ ଯାହା ବି ସରକାରୀ ସୁବିଧା ପାଇବା ପାଇଁ ସେ ହକଦାର ତାହା ତାଙ୍କୁ ଯୋଗାଇଦିଆଯିବ ବୋଲି କହିଥିବା ବେଳେ କୁମ୍ବି ଅପରେସନ କୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ l କେବଳ ସେତିକି ନୁହଁ ଏବେ ବି ସମୟ ଅଛି ମମତା ଙ୍କ ପରି ସାମାଜିକ ସ୍ରୋତ ରେ ମାଓବାଦୀ ମାନେ ଫେରିଆସିବାକୁ ସେ ଆହ୍ୱାନ ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ କୋରାପୁଟ ଜିଲ୍ଲା ଏସପି ରୋହିତ ବର୍ମା ଜୟପୁର ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
