*ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ ତଥା ନୁଆପଡା ଜିଲ୍ଲାସ୍ତରୀୟ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୩.୦୨
“ଆମେ ଆକୃତି ରେ ନୁହେଁ ପ୍ରକୃତି ରେ ମଣିଷ ହେବା”
ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ ତଥା ନୁଆପଡା ଜିଲ୍ଲାସ୍ତରୀୟ ସତସଙ୍ଗ ମହୋତ୍ସବ ପାଳିତ ହୋଇଯାଇଅଛି। ଗତ ୧ ତାରିଖ ଦିନ ନୂଆପଡା ସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ମହୋତ୍ସବ ରେ ବ୍ରାହ୍ମମୂହୂର୍ତ୍ତ ରେ ବେଦମାଙ୍ଗଳିକୀ, ପ୍ରତ୍ୟୁଷରେ ଉଷାକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୬ ଘଣ୍ଟା ୨୬ ମିନିଟ ସମବେତ ପ୍ରାର୍ଥନା ପରେ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୧୦ ଘଣ୍ଟା ସମୟରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ବୋଧାନ କରିବା ସତସଙ୍ଗ ମଣିଷ କୁ ବିଷ ବଲୟ ରୁ ଅମୃତ ବଳୟ କୁ ନେଇଯାଏ ବୋଲି ଅଭିଭାଷଣ ଦେଇ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଭିଳାଇ ଷ୍ଟିଲପ୍ଲାଣ୍ଟର ଇଂ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଡେପୁଟି ସେକ୍ରେଟାରୀ ଏସଏସପିଡି ସନ୍ୟାସୀ ବେହେରା ଠାକୁରଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରିଥିଲେ l ରାୟପୁର ଏମ୍ସ ର ଡଃ. ଅଜୟ ବେହେରା ମାଗଣା ସ୍ଵାସ୍ଥ୍ୟ ଶିବିରର କୁ ଶୁଭାରମ୍ଭକରିଥିଲେ। ଶିବିରରେ ବିଶିଷ୍ଟ ଚିକିତ୍ସକ ଉପସ୍ଥିତ ରହି ମାଗଣାରେ ବିଭିନ୍ନ ପରୀକ୍ଷା ସହ ମାଗଣା ଔଷଧ ବିତରଣ କରିଥିଲେ। ସନ୍ଧ୍ୟା ସମୟରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷl ସୋନିଆ ଜୈନ କାର୍ଯ୍ୟକ୍ରମରେ ଉପସ୍ଥିତରହି ପ୍ରତିଯୋଗିଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ନୁଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଉପସ୍ଥିତ ରହି ଆମେ ଆକୃତି ରେ ନୁହେଁ ପ୍ରକୃତି ରେ ମଣିଷ ହେବା ସହ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ଆହ୍ବାନ କରିଥିଲେ। ବୋଲି ତାଙ୍କ ଅଭିଭାଷଣ l ସନ୍ଧ୍ୟା ସମୟରେ ନୁଆପଡା ଜିଲ୍ଲାର ସମସ୍ତ ଅଞ୍ଚଳ, ପଶ୍ଚିମ ଓଡିଶା ଓ ପଡୋଶୀ ଛତିଶଗଡ ରାଜ୍ୟ ର ପ୍ରାୟ ବହୁ ସଂଖ୍ୟାରେ ସତସଙ୍ଗୀଙ୍କ ସମାଗମ ହୋଇଥିଲା । ବହୁ ସଂଖ୍ୟାରେ ବିଭିନ୍ନ ସଂପ୍ରଦାୟ ତଥା ସ୍ଥାନୀୟ ଜନସାଧାରଣ ଏହି ଉତ୍ସବରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ଦିବସବ୍ୟାପୀ ବଲାଙ୍ଗୀର କୁମୁଦ ବେଦପାକ ଭାଇ ଓ ଟିମ ଭଜନ, ଭୁବନେଶ୍ୱରରୁ ବାପି ଭାଇ ଓ ଟିମ କୀର୍ତ୍ତନ ଏବଂ ନୂଆପଡା ତଥା ପଡୋଶୀ ଜିଲ୍ଲାର ଗୁରୁ ଭାଇ ଓ ମାଁ ମାନେ ଆଲୋଚନା କରିଥିଲେ l ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା l ଉକ୍ତ କାର୍ଯ୍ୟକ୍ରମର ସମସ୍ତ ପ୍ରତିଯୋଗୀ ଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବରିଷ୍ଟ ଆଇନଜୀବୀ ଧନୀ ସାହୁ ପୁରସ୍କୃତ କରିଥିଲେ l
