ସେଣ୍ଟ ଜାଭିୟର ରେ ପୁରସ୍କାର ବିତରଣୀ ଉତ୍ସଵ
ପାଟଣା-ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ପୁରସ୍କାର ବିତରଣ ୨୦୨୫-୨୬ ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇଛି।ସାଧାରଣ ଜ୍ଞାନ ଅଲମ୍ପିୟାର୍ଡ ସ୍ୱର୍ଣ୍ଣ ପଦକ 17 ଜଣ,ଇଂରାଜୀ ଅଲମ୍ପିୟାର୍ଡ ସ୍ୱର୍ଣ୍ଣ ପଦକ 21 ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରା ଯାଇଥିବା ବେଳେବାର୍ଷିକ କ୍ରୀଡ଼ାର ବିଭିନ୍ନ ଇଭେଣ୍ଟ ରେ କୃତିତ୍ବ ପ୍ରଦର୍ଶନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।ଅତିଥି ଭାବେ ବିଦ୍ୟାଳୟ ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ, ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାଶ, ଭାରପ୍ରାପ୍ତ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ତ୍ରିପାଠୀ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।ଦୁଇଦିନ ଧରି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ୱର ରୁ ଅତିଥି ଗାୟକ ଶିବଶଙ୍କର ଷଡଙ୍ଗୀ ଓ ଆଶ୍ରିତା ଙ୍କ ଟିମ ସଙ୍ଗୀତ ପରିବେଷଣ କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଶୃଙ୍ଖଳିତ ପରିଚାଳନା ବେଶ ଆକର୍ଷଣୀୟ ଥିଲା।
