ବଡ଼ବନ୍ଧ ସାହି ରେ ଅଷ୍ଟପ୍ରହର ନାମ ଯଜ୍ଞ ।
କାମାକ୍ଷାନଗର( ମନିସ)2/2/2026
କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ବଡବନ୍ଧ ସାହି କୋଠ ଘର ପ୍ରାଙ୍ଗଣରେ ୩୭ ତମ ଅଷ୍ଟପ୍ରହର ନାମ ଯଜ୍ଞ ମହାମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶନିବାର ବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ , ଲଉଡ଼ି ବାଡ଼ି ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇ ସ୍ଥାନୀୟ ରାମିଆଳ ନଦୀ କୂଳରେ ସୂର୍ଯ୍ୟ , ବରୁଣ ଆଦି ପୂଜାର୍ଚ୍ଚନା କରଯାଇ ଲକ୍ଷ୍ମୀନାରାୟଣ ଙ୍କୁ ଆବାହନ କରି ନଦୀ ରୁ ପବିତ୍ର ଜଳ ଆଣି କୁଞ୍ଜରେ ସ୍ଥାପନ କରିଥିଲେ । ପୂଜକ ଙ୍କ ପୌରହିତ୍ୟ ରେ ସନ୍ଧ୍ୟାରେ ଅଧିବାସ ଅନୁଷ୍ଠିତ ହୋଇଥିଲା । ରବିବାର ଅହୋରାତ୍ର ନାମ ସଂକୀର୍ତ୍ତନ ପରେ ସୋମବାର ନଗର ସଂକୀର୍ତ୍ତନ ତଥା ଦଧି ଭାଣ୍ଡ ଭଞ୍ଜନ , ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିର ବଡବନ୍ଧ ସାହି , ପତଳା , ଛାଟିଆ , କେରଯୋଳି ,ବେସାଳିଆ , କାନ୍ତୋଲ, ବାଉଁଶପାଳ , ବନମାଳୀ ପ୍ରସାଦ, ମଠକରଗୋଳା ଆଳତୁମା ବଡ଼ବିଲା ଚଷା ସାହି , କରଣ ସାହି ପ୍ରଭୁତି ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଅହରହ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ତଥା ସମସ୍ତ ସଂକୀର୍ତ୍ତନ ଦଳ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସନ୍ଧ୍ୟାରେ ଜଗଜ୍ୟୋତି ସ୍ପୋର୍ଟସ ପକ୍ଷରୁ କୁନି କୁନି ପିଲାମାନଙ୍କୁ ନେଇ ଅନୁଷ୍ଟିତ ଖେଳକୁଦ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତିବିଶଷ , ଶ୍ରଦ୍ଧାଳୁ ଉକ୍ତ କାର୍ଯକ୍ରମରେ ଉପସ୍ଥିତ ଥିଲେ । ବଡ଼ବନ୍ଧ ସାହି ର ସମସ୍ତ ଅଧିବାସୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଧର୍ମାନନ ସେଠି ଙ୍କ ରିପୋର୍ଟ
