ପିଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ କଣ୍ଟିପାଳରେ ୪୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆନନ୍ଦପୁର ୨/୨(ଖିରୋଦ କୁମାର ଦାଶ)
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟରେ ୪୯ ତମ ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଜେନା ଙ୍କ ସଭାପତିତ୍ଵରେ ଆୟୋଜିତ ଉଦ୍ ଘାଟନୀ ଉତ୍ସବର ମୁଖ୍ୟଅତିଥି ଆନନ୍ଦପୁର ତହସିଲଦାର ଡ଼:ପ୍ରଲଭି ପ୍ରିୟଦର୍ଶନୀ, ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ସୁର, ସମ୍ମାନିତ ଅତିଥି କଣ୍ଟିପାଳ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦାମୋଦର ସାହୁ l ସମ୍ନାନିତ ଅତିଥି, ପୂର୍ବତନ ହିନ୍ଦୀ ଶିକ୍ଷକ ନିରଞ୍ଜନ ସାହୁ,crcc ବୃନ୍ଦାବନ ବାରିକ,ଏ ବି ଓ ହେମେନ୍ଦ୍ର କୁମାର ମହାନ୍ତି,ଓଟିଏନ ଟିଭି ସମ୍ପାଦକ ସତ୍ୟ ଦାଶ,
ଚେୟାରମେନ ମହେନ୍ଦ୍ର କୁମାର ବେହେରା,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଅଫିସ୍ ସହାୟକ ନୃସିଂହଚରଣ ଷଡଙ୍ଗୀ, ପଙ୍କଜ ବେହେରା ଯୋଗଦେଇଥିଲେ । ଅତିଥି ମାନେ ବକ୍ତବ୍ଯ ରେ ପାଠ ପଢ଼ାକୁ ଗୁରୁତ୍ୱ ଦେବା ସହ ସାମାଜିକ ଗଣମାଧ୍ୟମ ସହାୟତାରେ ପାଠ ପଢିବା ପାଇଁ ପ୍ରେରଣା ଦେଇଥିଲେ l କ୍ରୀଡାର ଉପଯୋଗୀତା ସଂପର୍କରେ ଦିଗ୍ ଦର୍ଶନ ଦେଇଥିଲେ । ଅପରାହ୍ନ ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ ହୋଇଥିଲା l
