ସାଇ ଗଣେଶ ପୂଜା କମିଟି ପକ୍ଷରୁ ମାଘ ପୂର୍ଣ୍ଣିମା ନାମ ଯଜ୍ଞ ଅନୁଷ୍ଠିତ
ତାଳଚେର :ତାଳଚେର ବ୍ଲକ ନାତିଡ଼ି ଗ୍ରାମରେ ଶ୍ରୀ ସାଇ ଗଣେଶ ପୂଜା କମିଟିର ସୁନୀଲ କୁମାର ଗଡ଼ନାୟକଙ୍କ ପ୍ରତ୍ୟକ ପରିଚାଳନାରେ ଫେବୃଆରୀ ୧ତାରିକ ଦିନ ମାଘ ପୁର୍ଣିମା ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ପୁଷରିଣୀରୁ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ହରିନାମ ଓ ଘଣ୍ଟ ଶଙ୍ଖ ଧୂନୀ ମଧ୍ୟରେ ଜଳ ପୁର୍ଣ କଳସୀ ଆଣି ଗ୍ରାମରେ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ପୂଜକ ପଣ୍ଡିତ ବେଦିକ ରୀତିରେ ପୂଜାଜନାରେ ରତନ କୁମାର ସାହୁ ଓ ଧର୍ମ ପତ୍ନୀ ରିଷିକା ସାହୁ ଜଜ୍ଞ୍ୟ କରି ସାରିବା ପରେ ନିଜ ଗ୍ରାମ ସହିତ ସ୍ଥାନୀୟ ଗ୍ରାମ ପୁରୁନାଗଡ଼, ଟେଟୁଲେଇ, କୋଶଳା ଆଦି ସଖୀତନ ମଣ୍ଡଳୀ ଯୋଗଦେଇ ହରିନାମ ମହାମନ୍ତ୍ରରେ ଗ୍ରାମ ପରିବେଶକୁ ମୁଖାରିତ କରିଥିଲେ।ଏବଂ ଏଥିରେ ଗ୍ରାମର ସମାଜସେବୀ ସରୋଜ କୁମାର ସାହୁ, ସମ୍ପାଦକ ପ୍ରେମାନନ୍ଦ ଗଡ଼ନାୟକ ଅତିଥି ହୋଇ ଗ୍ରାମର ମଙ୍ଗଳ କାମନା କରିବା ସହିତ ସାମୁହିକ ଆନନ୍ଦ ବଜାରରେ ସାମିଲ ହୋଇଥିଲେ ଓ ଗ୍ରାମବସି ମାନେ ପୁର୍ଣ ମାତ୍ରରେ ସହୋଯୋଗ କରିଥିଲେ।
