ଅବସର କାଳୀନ ସମ୍ବର୍ଦ୍ଧନା ସଭା
ଦଶରଥପୁର /(ଭଞ୍ଜଦୂତ :ନିପ୍ର)ଉତ୍ତମ କୁମାର ଦାସ
ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ପଞ୍ଚାୟତ ବିଦାପଡା ଗ୍ରାମ ଅଞ୍ଚଳର ଗର୍ବ ଓ ଗୌରବ ଶ୍ରୀମତୀ ବିଦୁଲତା ମହାଲିକ ମୂଖ୍ୟ ଶିକ୍ଷୟତ୍ରୀ ରୂପେ ବିଦାପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି,ପୂର୍ବରୁ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାଦାନ ସହିତ ଅବଦାନ ଅତୁଳନୀୟ ଆଜି ତାଙ୍କର ଅବସର ସମୟରେ ତାଙ୍କର ଶିକ୍ଷ୍ୟା ଅନୁଷ୍ଠାନ ପ୍ରତି ଥିବା ତ୍ୟାଗ ଭଲପାଇବା କୁ ମନେ ପକାଇ କିଛି ବ୍ୟକ୍ତିବିଶେଷଙ୍କ ଆଖିରୁ ଲୁହ ବାହାରି ଯାଇଥିଲା ଏବଂ ଆଜି ଆମ ଗାଁ ଆମ ପରିଚୟ ର ଉପସ୍ଥିତ ସଦସ୍ୟମାନେ ଏହି ସଭାରେ ଯୋଗଦାନ ଦେଇ ଥିଲେ
ସମ୍ବର୍ଦ୍ଧନା ଗୌରବାନିତ ଅନୁଭବ କରିଥିଲେ ଏବଂ ତତ୍ସହିତ ଚିକଣା MMGP ହାଇସ୍କୁଲ ରେ ଶାରୀରିକ ଶିକ୍ଷା ଶିକ୍ଷକ ରୂପେ ଆଉ ଜଣେ ପ୍ରତିଭା ଶ୍ରୀଯୁକ୍ତ ବିଜୟ କୁମାର ଦାସଙ୍କ ଅବସର ସଭାରେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରି ସମସ୍ତେ ଧନ୍ୟ ମନେକଲେ ଓ ଅନୁଷ୍ଠାନ ତରଫରୁ ଅଞ୍ଚଳର ଦୁଇ ପ୍ରତିଭାଙ୍କର ଅବସର ଜୀବନର ମଙ୍ଗଳ କାମନା ମଧ୍ୟ କରିଥିଲେ |
