ଭୀମ ଭୋଇ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା
ରେଢ଼ାଖୋଲ( ଭଂଜଦୂତ)ତା:-୩୧/୧/୨୬ ପ୍ରଥମ ଥରପାଇଁ ଆୟୋଜିତ ଲୋକମୋହତ୍ସବ ରେଢ଼ାଖୋଲ ହୋଇଛିଉତ୍ସବ ମୁଖର/ଏହି ଅବସରରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏକ ଭିଡିଓ ବାର୍ତାଜରିଆରେ ସମସ୍ତ ରେଢ଼ାଖୋଲ ବାସି ଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଥିଲେ ଯେ ଏ ମହୋତ୍ସବ କେବଳ ଲୋକକଳାଲୋକ ସଂସ୍କୃତି ର ମହୋତ୍ସବ ନୁହେଁ ବରଙ୍ଗ ଆମ ଅସ୍ମିତା ର ମହୋତ୍ସବ/ଓଡିଶା ସରକାର ଙ୍କ ମତ୍ସଓ ପ୍ରାଣୀ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଢ଼ାଖୋଲ କୂ କଳା ସଂସ୍କୃତି ର ମାଟି ବୋଲି ବର୍ଣନା କରିଥିଲେ/ ଏହା ସହିତ ବିକଶିତ ଭାରତ ପାଇଁ ଉଭୟ ସର୍ବୋଦୟ ଓ ଅନ୍ତୋଦୟ ର ଆବଶ୍ୟକତା ଉପରେ ଗୁରୁତ୍ଵା ରୋପ କରିବା ସହ ବଂଚିତ ଅବହେଳିତ ମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ଆବଶ୍ୟକ ଅଛି ବୋଲି କହିଥିଲେ/ସ୍ଥାନୀୟ ବିଧାୟକ ପ୍ରସନ ଆଚlର୍ଯ୍ୟ କହିଥିଲେ ଭୀମଭୋଇ ଙ୍କ ବାଣୀସମଗ୍ର ମାନବ ଜାତିକୁ ପ୍ରେରଣା ଦେଉଛି/ଆଜିର ମଞ୍ଚରେଅତିଥି ମାନଙ୍କ ସହ ଲୋକମାହତ୍ସବ ସମିତି ଅଧ୍ୟକ୍ଷ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ରେଢ଼ାଖୋଲ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ନାକଟିଦେଉଳ, ପଂଚାୟତ ସମିତି ଅଧ୍ୟକ୍ଷ ସୁରୂପା ରାଣୀ ସାହୁ,ଓ ବିଂଜ୍ଞା ପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁ ମଂଚାସୀନ ଥିଲେ/ଏହି ଅବସରରେ ପ୍ରିଣ୍ଟ ମିଡ଼ିଆ ଓ ଇଲୋ୍ଟ୍ରୋନିକ ମିଡ଼ିଆ ର ସମସ୍ତ ସାମ୍ବାଦିକ ସହ ନାକଟିଦେଉଳ ର ସମିତି ସଭ୍ୟ ଓ ସଭ୍ୟା ମାନଙ୍କୁ ଉପକୂଢନ ଓ ଚାରାଗଛ ସମର୍ଦ୍ଧିତ କରାଯାଥିଲା/ପରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଫୁଲବାଣୀ ର ନାଟରାଜ କଳା ମନ୍ଦିର ଦ୍ୱାରା ପାରିବେଷିତ ଓଡିଶୀ ନୃତ୍ୟ,ସୋନୁପୁର ର ଶୁଆଙ୍ଗ ଅନୁଷ୍ଠାନ ଦ୍ୱାରା ପରଭା ନୃତ୍ୟ,ଗଞ୍ଜାମ ର ରଣପା ନୃତ୍ୟ,ମୟୁରଭଞ୍ଜ ର ଡ଼ି ପଲ୍ଲବୀ ଙ୍କ ଦ୍ୱାରା ପାରିବେଷିତ ମଲଖମ ହଜାର ହଜାର ଦର୍ଶକ ଙ୍କ ମନ ମହିଥିଲା,/ହାସ୍ୟ ଅଭିନେତା ଯୋଗେଶ ଯୋଜ ଙ୍କର ହାସ୍ୟଅଭିନୟ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା/ଅତିଥି କଳାକାର ରୁକୁ ସୁନାଙ୍କ ସଂଗୀତ ଦର୍ଶକ ଙ୍କୁ ଝୁମାଇ ଥିଲା
