ବ୍ରିଗେଡ଼ ସ୍କୁଲ ର ଚାମ୍ପିଆନସିପ୍ ୨୦୨୬
____________________ ତା/୩୧/୦୧/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ଅଦ୍ୟ ତା ୩୧.୦୧.୨୦୨୬ ରିଖ
ଝାରପୋଖରୀଆ ସ୍ଥିତ ଓଡ଼ିଶା ବ୍ରିଗେଡ ସ୍କୁଲ ର ବ୍ରିଗେଡ଼୍ ଚ଼ାମ୍ପିଆନ୍ ସିପ୍ ୨୦୨୬ ବିଦ୍ୟାଳୟ ନିକଟସ୍ଥ ବଣବୁଡ଼ାମରା ପଡ଼ିଆରେ ଆୟୋଜିତ ହୋଇଯାଇଛି। ଦୁଇଟି ଦଳ ବ୍ରିଗେଡ଼୍ ନାଇଟ୍ ରାଇଡ଼ରସ୍ ଏବଂ ବିଗ୍ରେଡ୍ ସୁପର୍ କିଙ୍ଗ୍ ଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସେଠୀ ,ସମ୍ପାଦକ ଶ୍ରୀଯୁକ୍ତ ସାଇକୃପା ଜେନା, ବିଦ୍ୟାଳୟ ଉପଦେଷ୍ଟା କମିଟି ର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଦୁଇ ଦଳ ର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ୧୫ ଓଭର୍ ଖେଳରେ ଟସ୍ ଜିତି ବ୍ରିଗେଡ ସୁପର କିଙ୍ଗ୍ ର ଅଧିନାୟକ ଶିବସେଖର ମହାନ୍ତ ପ୍ରଥମେ ଫିଲ୍ ଡିଙ୍ଗ୍ କରିବାର ନିଷ୍ପତ୍ତି ନେଇ ଥିଲେ। ପ୍ରଥମେ ବ୍ରିଗେଡ ନାଇଟ୍ ରାଇଡ଼ରସ୍ ବ୍ୟାଟିଙ୍ଗ୍ କରି ୧୫ ଓଭର ରେ ୪ ୱିକେଟ ବିନିମୟରେ ୨୦୩ ରନ ସଂଗ୍ରହ କରିଥିଲେ।ବ୍ରିଗେଡ ନାଇଟ୍ ରାଇଡ଼ରସ୍ ର ଅଧିନାୟକ ନିଶାନ୍ତ କୁମାର ସାହୁ ସର୍ବାଧିକ ୮୬ ରନ ସଂଗ୍ରହ କରିଥିଲେ। ବ୍ରିଗେଡ ସୁପର କିଙ୍ଗ୍ ବିଜୟ ହାସଲ କରିବା ନିମନ୍ତେ ୨୦୪ ରନ୍ ପିଛା କରି ମାତ୍ର ୧୪୬ ରନ୍ ରେ ସମସ୍ତ ଉଇକେଟ୍ ହରାଇ ଥିଲେ। ବ୍ରିଗେଡ ନାଇଟ୍ ରାଇଡ଼ରସ୍ ତରଫରୁ ଶ୍ରିନନ୍ଦନ ଘୋଷ ସର୍ବାଧିକ ୪ ଟି ଉଚ୍ଚକେଟ୍ସ୍ ହାସଲ କରିଥିଲେ। ୫୭ ରନ୍ ରେ ବ୍ରିଗେଡ ନାଇଟ୍ ରାଇଡ଼ରସ୍ ଦଳ ଚାମ୍ପିଆନ୍ ଟ୍ରଫି୍ ଉଠାଇ ଥିଲେ। ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସେଠୀ ଏବଂ ଉପଦେଷ୍ଟା କମିଟି ର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଦାସ ବିଜୟୀ ଦଳକୁ ଟ୍ରଫି୍ ପ୍ରଦାନ କରିଥିଲେ। ବ୍ରିଗେଡ ନାଇଟ୍ ରାଇଡ଼ରସ୍ ର ଅଧିନାୟକ ସର୍ବାଧିକ ୮୬ ରନ୍ ଏବଂ ୨ ଟି ଉଇକେଟ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ଼ ହୋଇଛନ୍ତି।ଉଞ୍ଜଦୁତ ଖବର।
