ବରିଷ୍ଠ କଳା ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ପରଜଙ୍ଗ : ୩୧। ୦୧ (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଊଚ ବିଦ୍ୟାଳୟ ବସୁଲେଇର ବରିଷ୍ଠ କଳା ଶିକ୍ଷକ ଶ୍ରୀଯୁକ୍ତ କନୁଆଁ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି!ଊକ୍ତ ସମାରୋହ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବି ଚନ୍ଦ୍ର ଗଡ଼ନାୟକ ସଭାପତିତ୍ୱ କରିବା ସଙ୍ଗେ ସଙ୍ଗେ ଶିକ୍ଷକ କନୁଆଁ ସାହୁଙ୍କ ୧୯୯୭-୨୦୨୬ ଦୀର୍ଘ ତିରିଶି ବର୍ଷ ଧରି ନିରବଛିର୍ଣ୍ଣ ଊର୍ନତ, ଗୁଣାତ୍ମକ ଶିକ୍ଷା ଦାନ, ଛାତ୍ରବତ୍ସଳ, ବିଭିର୍ଣ୍ଣ ବିଦ୍ୟାଳୟ ସଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ କିପରି ରାଜ୍ୟସ୍ତରରେ ପହଞ୍ଚାଇ କୃତିତ୍ୱ ଅର୍ଜନ କରାଇଛନ୍ତି!ଏତଦ ବ୍ୟତୀତ ଏହି ସମାରୋହରେ ପରଜଙ୍ଗ ବ୍ଲକର ଓଡିଶା ମାଧ୍ୟମିକ ଶିକ୍ଷକn ସଙ୍ଘର ଊପସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ବିଶ୍ୱାଳ, ଊପଦେଷ୍ଟା ଶ୍ରୀଯୁକ୍ତ ଦୁଃଶାସନ ବେହେରା, ଗଦାଧର ପ୍ରଧାନ ଶହ ସମ୍ପାଦକ ସଞ୍ଜୟ ସ୍ୱାଇଁ ଦୁଷ୍ମନ୍ତ ନାୟକ ଇତ୍ୟାଦି ବହୂ ବରିଷ୍ଠ ଶିକ୍ଷକ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କର ଓଷ୍ଟାର ଦୃଢ଼ ସାଙ୍ଗଠନିକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ!ବସୁଲେଇ ଗ୍ରାମର ସରପଞ୍ଚ ଶ୍ରୀମତୀ ଅଶାନ୍ତି ରାଉତ, ପ୍ରାକ୍ତନ ସରପଞ୍ଚ ଗ୍ରାମ ସଭାପତି ସଞ୍ଜୟ ରାଉତ ତଥା ଦେବାଶିଷ ସାହୁ ପୂର୍ଣଚନ୍ଦ୍ର ଜେନା ଦୁଃଶାସନ ସାହୁ ବିଘ୍ନେଶ୍ୱର ସାହୁ ସରୋଜ ଭୁତୀଆ କଳ୍ପ ଦେହୁରୀ ଭରତ ମଲିକ ଇତ୍ୟାଦି ବହୂ ପୁରାତନ ଛାତ୍ର ଛାତ୍ରୀ ଅଭିଭାବକ ସଭାରେ ନିଜ ନିଜର ବ୍ୟକ୍ତବ୍ୟ ମାଧ୍ୟମରେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କର ଗୁଣଗାନ କରିବା ସଙ୍ଗେ ସଙ୍ଗେ ଦୀର୍ଘଜୀବନ କାମନା କରିଥିଲେ!ସର୍ବୋପରି ବିଦ୍ୟାଳୟରୁ ଏକ ଊଜ୍ବଳ ତାରକା ବିଚ୍ୟୁତ ହେଲାବୋଲି ଅନୁଶୋଚନା କରିଥିଲେ!ପରିଶେଷରେ ଅନେକ ଶ୍ରଦ୍ଧାସୁମନ ଶହ ବିଦାୟୀ ଶିକ୍ଷକଙ୍କ ଅନୁଗାମୀ ହୋଇ ତାଙ୍କର ବାସଭବନ ଠାରେ ସସନମାନ ସହିତ ପହଞ୍ଚାଇ ଦେଇଥିଲେ!
