*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ପାର୍ବତ୍ୟ ଅଞ୍ଚଳ କୋପଟି ଆମ୍ବ ଗ୍ରାମରେ ପାନୀୟ ଜଳ ସମସ୍ୟା, ପାଇପ ଯୋଗେ ପାନୀୟ ଜାଲ ଯୋଗାଣ ପାଇଁ ଗ୍ରାମବାସୀ ଙ୍କ ଦାବୀ*
ନୂଆପଡା (ମିଖାଏଲ ନନ୍ଦ)
ତା:୩୦.୦୧.
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭାଇସାଦଦାନୀ ଗ୍ରାମପଞ୍ଚାୟତ ର ପାର୍ବତ୍ୟ ଅଞ୍ଚଳ କୋପଟି ଆମ୍ବ ଗ୍ରାମରେ ପାନୀୟ ଜଳ ସମସ୍ୟା ରେ ଗ୍ରାମବାସୀ ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମ ଟି ସମୁଦ୍ର ପତ୍ତନ ରୁ ୩ ହଜାର ଫୁଟ ଉଚ୍ଚତା ରେ ଅବସ୍ଥିତ। ସେହି ଗ୍ରାମର ଏକା କୁଆ ଖୋଲା ଯାଇଥିବା ବେଳେ ସେହି ଜଳକୁ ପାନୀୟ ଜାଲ ରୂପେ ଗ୍ରାମବାସୀମାନେ ବ୍ୟବହାର କରନ୍ତି। ଏହି କୂଆଁ ପାନୀୟ ଜଳକୁ ପାଇପ ଯୋଗେ ଗ୍ରାମର ଦ୍ଵାର ମୁଁହ ରେ ଯୋଗାଣ ପାଇଁ ଗ୍ରାମବାସୀ ଙ୍କ ଦାବୀ କରିଛନ୍ତି। କାରଣ ନିଘଞ୍ଚ ଜଙ୍ଗଳ ଲାଗି ରହିଥିବା ବେଳେ ଗ୍ରାମ ର ମହିଳା ମାନେ ଜଳ ସଂଗ୍ରହ ମୁଖ୍ୟ କାର୍ଯ୍ୟ ହୋଇଥାଏ। ତେଣୁ ହର ଘର ନଲ ହେଉ, ବସୁନ୍ଧରା ଯୋଜନା ହେଉ ସରକାର ପକ୍ଷ ରୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଆଦିବାସୀ ବହୁଳ ଗ୍ରାମ ଦାବୀ କରୁଛନ୍ତି।ମାଓ ପ୍ରଭାବ ରେ ଘେରି ରହିଥିବା ଯୋଗୁଁ ଗ୍ରାମରେ ପ୍ରଶାସନ ଅପହଞ୍ଚ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତାଙ୍କ ଏହି ସମସ୍ୟା କୁ ସରକାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆହ୍ବାନ କରିଛନ୍ତି। ଜଙ୍ଗଳ ଥିବା କାରଣ ରୁ ଦୁଇ ସମୟ ଜଳ ସଂଗ୍ରହ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ଅଟେ। ବନ୍ୟା ପ୍ରାଣୀଙ୍କ ଆକ୍ରମଣ ର ଭୟ ରହିଥିବା ବେଳେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରର ମହିଳା ପୁରୁଷ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ହଜାରି ଚିନ୍ଦା ପ୍ରକାଶ କରିଥିଲେ।
