
2025/ 26 ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ସ କ୍ୟାମ୍ପରୀ ଅନୁଷ୍ଠିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ ସଦର ହାଟପଦା ସ୍ଥିତ ଏସ ଏସ ଡ଼ି ହାଇସ୍କୁଲ ଠାରେ ନବମ ଗଜପତି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ସ କ୍ୟାମ୍ପରୀ 2025/26 ଉଦଘାଟନ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖ୍ୟ ବକ୍ତା ଭାବେ ସ୍କାଉଟ ଓ ଗାଇଡ୍ସ ର କମିଶନର କାଳିପ୍ରସାଦ ମିଶ୍ର, ଜିଲ୍ଲା ଏଡିଓ ଏସ.ଗିରିଧର, ଜିଲ୍ଲା ଆରପିଓ ସୁରେନ୍ଦ୍ର ପାତ୍ର,ଜିଲ୍ଲା ସ୍କାଉଟ୍ସ କମିଶନର ଏସ. ମଣିମାଳା,ଏସ.ଏସ.ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ନିଜ ବକ୍ତବ୍ୟରେ ଜିଲ୍ଲାର ପିଲାମାନେ ଖାଲି ପାଠ ପଢିଲେ ସେ ଚାକିରୀ କରିବ ତାହା ନୁହେଁ ପିଲାମାନେ ଯେଉଁ ବିଷୟରେ ଆଗ୍ରହ ଅଛନ୍ତି ତାଙ୍କୁ ସେହି ଆଧାରରେ ଶିକ୍ଷା ଦେଲେ ସେମାନେ ଆଗକୁ ଯାଇ ପାରିବେ ବୋଲି ପ୍ରକାଶ କରିଥିଲେ।ସେହିପରି ରାଜ୍ୟ ସ୍କାଉଟସ ଓ ଗାଇଡ଼ର ମୁଖ୍ୟ କମିଶନର ଶ୍ରୀ ମିଶ୍ର ଏହି ପରି କ୍ୟାମ୍ପ ଦ୍ଵାରା ପିଲାମାନେ ପରସ୍ପରକୁ ଚିହ୍ନିବେ ଓ ପରସ୍ପର କୁ ଭଲ ପାଇବେ ଯାହାଦ୍ଵାରା ଅନ୍ୟ ମାନଙ୍କୁ ଭଲ ପାଓ, ଅନ୍ୟ ମାନଙ୍କୁ ସାହାଯ୍ୟ କର ଓ ଅନ୍ୟ ମାନଙ୍କୁ ସଂମାନ କର ତାହା ହେଲେ ଜଣେ ଭଲ ମଣିଷ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାର ସମସ୍ତେ ହାଇସ୍କୁଲ ର ସ୍କାଉଟ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଛନ୍ତି।
