*କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ତରଫ ରୁ ଅଗ୍ନି ନିରାପତ୍ତା କର୍ମଶାଳା* ଭବାନୀପାଟଣା : ତା : ୨୫/୦୧/୨୦୨୬ ଶାସ୍ତ୍ରିଜୀ ଶିକ୍ଷା ନିକେତନ ପରିସର ରେ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ତରଫ ରୁ ଅଗ୍ନି ନିରାପତ୍ତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ସ୍କୁଲ ରେ ନିଆଁ ଦ୍ୱାରା ହେଉଥିବା ବିପଦକୁ ରୋକିବା ଏବଂ ସତର୍କତା ଅବଲମ୍ବନ କରିବା,ଅଗ୍ନି ନିର୍ବାପକ ଯନ୍ତ୍ର ଏହାର ବ୍ୟବହାର, ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ସହ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ସୂଚନା ଅତିରିକ୍ତ ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଜିତ କୁମାର ଗୌଡ଼ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ସ୍କୁଲ କର୍ମକର୍ତ୍ତା ମାନଙ୍କୁ ଶିକ୍ଷା ଦେଇଥିଲେ | ଜିଲ୍ଲା ର ୧୩ଟି ବ୍ଲକ ର ଶତାଧିକ ସ୍କୁଲ ଅଧ୍ୟକ୍ଷ, ନିର୍ଦେଶକ,ପରିଚାଳନା କମିଟି ମୁଖ୍ୟ ଓ ସମ୍ପାଦକ ଉପସ୍ଥିତ ଥିଲେ | ସଂଘ ର ସମ୍ପାଦକ ୟୁସୁଫ ଆବାସ ପରିଚାଳନା କରିଥିବା ବେଳେ କର୍ମଶାଳାଟି କୁ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ର ଚେୟାରମ୍ୟାନ ଡ଼. ଶିବରାମ ନାୟକ ସଭାପତିତ୍ୱ କରିଥିଲେ | ସଂଘ ର ବରିଷ୍ଠ ସଦଶ୍ୟ ମଧୁସୂଦନ ପ୍ରଧାନ, ସତ୍ୟଜିତ କର, କଳ୍ପେ ପୁରୋହିତ ସହଯୋଗ କରିଥିଲେ ଏବଂ ଦୁଷ୍ମନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ | ବନ୍ଦେ ମାତରମ୍ ଗାନ ସହ ସଭା ସାଙ୍ଗ କରାଯାଇଥିଲା *କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ତରଫ ରୁ ଅଗ୍ନି ନିରାପତ୍ତା କର୍ମଶାଳା* ଭବାନୀପାଟଣା : ତା : ୨୫/୦୧/୨୦୨୬ ଶାସ୍ତ୍ରିଜୀ ଶିକ୍ଷା ନିକେତନ ପରିସର ରେ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ତରଫ ରୁ ଅଗ୍ନି ନିରାପତ୍ତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ସ୍କୁଲ ରେ ନିଆଁ ଦ୍ୱାରା ହେଉଥିବା ବିପଦକୁ ରୋକିବା ଏବଂ ସତର୍କତା ଅବଲମ୍ବନ କରିବା,ଅଗ୍ନି ନିର୍ବାପକ ଯନ୍ତ୍ର ଏହାର ବ୍ୟବହାର, ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ସହ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ସୂଚନା ଅତିରିକ୍ତ ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଜିତ କୁମାର ଗୌଡ଼ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ସ୍କୁଲ କର୍ମକର୍ତ୍ତା ମାନଙ୍କୁ ଶିକ୍ଷା ଦେଇଥିଲେ | ଜିଲ୍ଲା ର ୧୩ଟି ବ୍ଲକ ର ଶତାଧିକ ସ୍କୁଲ ଅଧ୍ୟକ୍ଷ, ନିର୍ଦେଶକ,ପରିଚାଳନା କମିଟି ମୁଖ୍ୟ ଓ ସମ୍ପାଦକ ଉପସ୍ଥିତ ଥିଲେ | ସଂଘ ର ସମ୍ପାଦକ ୟୁସୁଫ ଆବାସ ପରିଚାଳନା କରିଥିବା ବେଳେ କର୍ମଶାଳାଟି କୁ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ର ଚେୟାରମ୍ୟାନ ଡ଼. ଶିବରାମ ନାୟକ ସଭାପତିତ୍ୱ କରିଥିଲେ | ସଂଘ ର ବରିଷ୍ଠ ସଦଶ୍ୟ ମଧୁସୂଦନ ପ୍ରଧାନ, ସତ୍ୟଜିତ କର, କଳ୍ପେ ପୁରୋହିତ ସହଯୋଗ କରିଥିଲେ ଏବଂ ଦୁଷ୍ମନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ | ବନ୍ଦେ ମାତରମ୍ ଗାନ ସହ ସଭା ସାଙ୍ଗ କରାଯାଇଥିଲା(କଳାହାଣ୍ଡି.ରମେଶ ଅଗ୍ରୱାଲ)
