ସଂସ୍କାର ପବ୍ଲିକ ସ୍କୁଲ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ
କାମାକ୍ଷାନଗର –
କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ ପରିପ୍ରେକ୍ଷୀରେ କାମାକ୍ଷାନଗର ଠାରେ ସଡ଼କ ସୁରକ୍ଷା ସଂପର୍କିତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଆଦର୍ଶ ଥାନାର ଅତିରିକ୍ତ ଇନ୍ସପେକ୍ଟର-ଇନ-ଚାର୍ଜ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ସମାଜ ଓ ଯୁବଗୋଷ୍ଠୀ ସଡ଼କ ସୁରକ୍ଷା ନେଇ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ ଏବଂ ବିଦ୍ୟାଳୟର ଏଭଳି ନିଆରା ପ୍ରୟାସ କୁ ପ୍ରଶଂସା ମଧ୍ୟ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲା – କାର୍ଡ ଧରି ସହର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଏବଂ ସଡକ ଓ ଟ୍ରାଫିକ ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ପର୍କିତ ଉପଯୁକ୍ତ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ, ଯାହାକି ପଥଚାରୀ ଓ ଆଖପାଖ ଅଞ୍ଚଳ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
ପରିଶେଷରେ କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ ପରିଚାଳନା କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
