*ନୂଆପଡ଼ାରେ ସଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ଉଦ୍ଘାଟନ କଲେ ଜିଲ୍ଲାପାଳ* ।
ନୂଆପଡ଼ା(ମିଖାଏଲ ନନ୍ଦ)
ଆଜି ନୂଆପଡ଼ା ସଦରମହକୁମାରେ ଆସନ୍ତା ସଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ୧୫ ବର୍ଷ ବୟସରୁ କମ ବାଳକ ବିଭାଗରେ ଏକ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି। ଉକ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ଥାନୀୟ ପୋଲିସ ପଡିଆ ସ୍ଥିତ ଇନ୍ ଡୁର୍ ଷ୍ଟାଡିୟମ ରେ
ସକାଳ ୧୧ ଘଣ୍ଟା ସମୟରେ ଶୁଭ ଉଦ୍ଘାଟନ କରିଥିଲେ l ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ପ୍ରତିଯୋଗୀମାନଙ୍କ ସହ ବ୍ୟାଡମିନ୍ଟନ ଖେଳିବା ସହିତ ସେମାନଙ୍କ ସହ ଏକାଠି ବସି ବାର୍ତ୍ତା ବିନିମୟକରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ବିଶିଷ୍ଟ କ୍ରୀଡାବିତ ତଥା କ୍ରୀଡା ଆୟୋଜକ ସରୋଜ କୁମାର ସାହୁ ଓ ବିଦ୍ୟାପତି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ସମସ୍ତ ପାଞ୍ଚ ଗୋଟି ବ୍ଲକ ଓ ତିନିଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I ଅନେକ ଖେଳାଳିଙ୍କ ଅଂଶଗ୍ରହଣ ଆୟୋଜକ ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲା I ଦୁରନ୍ତ ସିନାପାଲି ଓ ବୋଡ଼େନ ବ୍ଲକ ଖେଳାଳୀଙ୍କ ଚମତ୍କାର ପ୍ରଦର୍ଶନ ଦେଖଣାହାରୀଙ୍କୁ ଆନନ୍ଦିତ କରିଥିଲା ।ନୂଆପଡ଼ା ଜିଲ୍ଲାପାଳଙ୍କ ନୂତନ ପ୍ରୟାସ କ୍ରମେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ,ଜିଲ୍ଲା ଉତ୍ସବ ପାଳନ କମିଟୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା କ୍ରୀଡା ଅଧକାରୀଙ୍କ ଦ୍ଵାରା ଏହି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା l ଉକ୍ତ ପ୍ରତିଯୋଗୀତା ଆଗାମୀ ଦିନର ଯୁବ ଖେଳାଳି ମାନଙ୍କୁ ପ୍ରୋତ୍ସାହନ ଓ ଉତ୍ସାହ ଦେବା ସହିତ ଭବିଷ୍ୟତରେ ଭଲ କ୍ରୀଡାବିତ ହେବ ନିମନ୍ତେ ଏକ ସୁନ୍ଦର ଓ ବଳିଷ୍ଠ ପଦକ୍ଷେପ ହେବ। ଜିଲ୍ଲାରେ ପ୍ରତିଭାବାନ ଖେଳାଳୀଙ୍କୁ ଠିକ ଭାବରେ ଚୟନ କରିବା ଓ ସେମାନଙ୍କୁ ସୁଯୋଗ ଦେବା ଏହି ଆୟୋଜନର ଲକ୍ଷ l ଆଗାମୀ ଦିନରେ ଏହିପରି ପ୍ରତିଯୋଗୀତା ଆହୁରି ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଆଜିର ପ୍ରତିଯୋଗୀତରେ ଅସ୍ମିତ କୁମାର ସାହୁ ଓ ଜାହିଦ ଖାନ ଚମ୍ପିୟନ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲେ ଓମ ଦେବାଙ୍ଗନ ଓ ମହମ୍ମଦ ମୁବାସୀର ରାଜା । ସେହିପରି ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ ଶେଖର ସୁମନ ଜେନା ଓ ଅଭ୍ୟୁଦୟ ବର୍ଷନ ସାହୁ I ଉପରୋକ୍ତ ସମସ୍ତ ଖେଳାଳିଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହେବାକୁ ଥିବା ମୁଖ୍ୟସମାରୋହରେ ପୁରସ୍କୃତ କରାଯିବ। ଜିଲ୍ଲାପାଳ ନୂଆପଡ଼ାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସୂଚାରୁ ରୁପେ ପରିଚାଳନା କରିଥିଲେ। ଏଥିରେ ପ୍ରକାଶ କୁମାର ସାହୁ, ବିଜୟ କୁମାର ମାର ପାଢି, ଚିନ୍ମୟ ବେହେରା, ଅଙ୍କିତ କୁମାର ସାହୁ, ସନ୍ତୋଷ କୁମାର ମାଟି, ପ୍ରେମ ପଧାନ, ମୋହନ କୁମାର ମହାନ୍ତ, ମହତାବ ଆଡ଼ଯୁଆଡ,ଦେବବ୍ରତ ସାହୁ, ବିଦେଶ ଘୋଷ, ରାଜୁ ଖରସେଲ , ପ୍ରେମ ପ୍ରଧାନି, ସୁଜିତ କୁମାର ନାୟକ, ଟଙ୍କଧର ନାୟକ, ଉତ୍ତମ ପ୍ରସାଦ ମାଝି, ମାନସିଂହ ମାଝି, ଯୋଗେଶ୍ବର ରଣା ଓ ଚନ୍ଦ୍ରକାର ଶୁନାନୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ I
