ସର୍ବ ଭାରତୀୟ ବୀର ବେନୁ କପ୍ ଦ୍ଵିତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ।
ତମାଣ୍ଡୋ କ୍ରିକେଟ କ୍ଲବ, ଭୁବନେଶ୍ୱର ଚାମ୍ପିଅନ।
ସ୍ଥାନ :- ପରଜଙ୍ଗ
ନି. ପ୍ର (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ )ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମିନି ଷ୍ଟାଡିୟମ ଠାରେ ବୀର ବେନୁ କପ ଦ୍ବିତୀୟ ବାର୍ଷିକ କ୍ରିକେଟ ମ୍ୟାଚ୍ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଣ୍ଟ୍ କ୍ରିକେଟ କ୍ଲବ କଟକ ସହ ତମାଣ୍ଡୋ କ୍ରିକେଟ କ୍ଲବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଟକ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୧୯.୫ ଓଭରରେ ସମସ୍ତ ଓଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲ। । ଜବାବରେ ଭୂବନେଶ୍ବର ଦଳ ୧୬.୨ ଓଭରରେ ୪ ଓଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିଅନ ବିବେଚିତ ହୋଇଥିଲା । ଆଶୁତୋଷ ପାଣି ଓ ସବ୍ୟସାଚୀ ଶାହା ମ୍ୟାଚ୍ କରିଥିବା ବେଳେ ପ୍ରେମାନନ୍ଦ ମହନ୍ତ ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ଓଡ଼ିଶା ର କ୍ରିଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସାଢେ଼ ୧୪ କୋଟି ଟଙ୍କା ବ୍ୟୟରେ ପରଜଙ୍ଗ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଉଦଯାପନୀ ଉତ୍ସବରେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, କାମାକ୍ଷାନଗର ଉପ ଜିଲ୍ଲାପାଳ ଦିନମଣି ନାୟକ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ ଉର୍ଜା ଟ୍ରଷ୍ଟର ସଭାପତି ଦିପକ କୁମାର ଗୋଛାୟତ ଟ୍ରଷ୍ଟ ସଦସ୍ୟ ରୁଦ୍ର ନାରାୟଣ ଦଳବେହେରା ଲୋକେଶ ଦଳବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବେଷ୍ଟ ବୋଲର, ବେଷ୍ଟ ବ୍ୟାଟେସ ମ୍ୟାନ ଓ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିବା ଖେଳାଳି ମାନଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ। ରନର୍ସ ଅଫ୍ ଦଳକୁ ବିଧାୟକ ଶତ୍ରୁଘନ ଜେନା ଟ୍ରଫି ପ୍ରଦାନ ସହିତ ୬୦ ହଜାର ଚେକ୍ ପ୍ରଦାନ କରିଥିଲେ। ଚାମ୍ପିଅନ ଦଳକୁ ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଚାମ୍ପିଅନ ଟ୍ରଫି ସହିତ ୮୦ ହଜାର ଟଙ୍କା ଚେକ୍ ପ୍ରଦାନ କରିଥିଲେ। ଏଥିରେ ଉର୍ଜା ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ପିସିସି ପରଜଙ୍ଗର ସମସ୍ତ ସଦସ୍ୟ ସହଯୋଗ କରିବା ସହିତ ପର୍ଜଙ୍ଗ ପାଇଁ ଏକ ଓ୍ୟତିହାସିକର ଦିନ ଥିଲା। ପରି ଶେଷରେ ଅନୁଷ୍ଠାନ ତରଫରୁ ସଂଧ୍ୟ। ସମୟରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଷ୍ଟେଜ ପୋଗ୍ରାମ ପରିବେଷଣରେ ପର୍ଜଙ୍ଗରେ ଏକ ଉଷ୍ମତାର ଉଦ୍ଦିପନା ବଢାଇଥିଲ।
