ରଘୁନାଥପୁର ବ୍ଲକ ସଭାପତିଙ୍କ ଉପରେ ଆସ୍ଥା ରଖିଲେ ନବୀନ l
ରଘୁନାଥପୁର(ନି.ପ୍ର): ବିଜେଡି ଦଳ ମଧ୍ଯରେ ଗୋଷ୍ଠୀ କନ୍ଦଳ ଲାଗି ବିଶ୍ବାସ ଘାତକ ମାନଙ୍କ ଉପରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ରଘୁନାଥପୁର ବ୍ଲକ ସଭାପତି ଦାୟିତ୍ଵରେ ଥିବା ଦେବାଶିଷ ତ୍ରିପାଠୀ ଙ୍କ ଉପରେ ଆସ୍ଥା ପ୍ରକଟ କରି ପୁନର୍ବାର ତାଙ୍କ ଉପରେ ମୋହର ମରାଯାଇଛି l ଏ ଘଟଣା ଜାଣିବା ପରେ ତ୍ରିପାଠୀ ବାବୁଙ୍କ ଶତାଧିକ କର୍ମୀ ଓ ସମର୍ଥକ ତାଙ୍କ ବାସଭବନରେ ପହଁଚି ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଶ୍ରୀ ତ୍ରିପାଠୀ ଜଣେ ପୋଖତ ଖେଳାଳି ଓ ଧୂରୀଣ ରାଜନେତା ହୋଇଥିବାରୁ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ତାଙ୍କ ଭୂମିକା ଦଳ ପାଇଁ ବେଶ ଖୋରାକ୍ ଯୋଗାଇବ l ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଚାଲିଥିଲେ ବି ଶ୍ରୀ ତ୍ରିପାଠୀ ଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି ଓ ଜନସାଧାରଣଙ୍କ ସୁଖ ଦୁଃଖ ରେ ଠିଆ ହୋଇ ପାରୁଛନ୍ତି l ଶ୍ରୀ ତ୍ରିପାଠୀ ଙ୍କୁ ଏହି ପଦବୀରେ ପୁନଃ ଅବସ୍ଥାପିତ କରିଥିବାରୁ ରଘୁନାଥପୁର ବ୍ଲକ ଯୁବ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ବିପୁଳ ମାତ୍ରାରେ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ରଘୁନାଥପୁର ବ୍ଲକ ବିଜେଡି ସଭାପତି ଭାବେ ଘୋଷଣା ପରେ ରଘୁନାଥପୁର ବ୍ଲକ ବିଜୁ ଯୁବ ଜନତା ସଭାପତି ଯୋଶେଫ୍ ସ୍ବାଇଁ, ବିଶ୍ବଜିତ ଦାଶ,ତାରାକାନ୍ତ ଜେନା, ରାଜେଶ ମିଶ୍ର, ଗୌତମ ପାଲିତ, କୈଳାସ ରାୟ, ମାନସ ଦାସ, ଅନ୍ତର୍ଯ୍ୟାମୀ ସାମଲ, ସରୋଜ ରାୟ, କୃତ୍ତିବାସ ମହାପାତ୍ର, ସୁଧା ବିଶ୍ଵାଳ, ଶକ୍ତିସଙ୍କର ପଟ୍ଟନାୟକ, ଅଭୟ ସାମନ୍ତରାୟ, ପ୍ରଦ୍ୟୁମ୍ନ କୁମାର ପାଳ, ସରପଂଚ କିଶୋର ବେହେରା, ବଟକୃଷ୍ଣ ନାୟକ, ରହିମ୍ ଖାଁ, ଅଜୟ ସାମଲ, ବସନ୍ତ ସ୍ବାଇଁ, କୁଞ୍ଜବିହାରୀ ସ୍ବାଇଁ, ଗଗନ ବିଶ୍ବାଳ, ପ୍ରତାପ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଇତିଶ୍ରୀ ମଲ୍ଲିକ, ବସନ୍ତ ବାରିକ, ପ୍ରଶାନ୍ତ ଜେନା, ପ୍ରତାପ ପଟ୍ଟନାୟକ ଓ ବିଭୁତି ଭୁଷଣ ନାୟକ ପ୍ରମୁଖ ଶତାଧିକ ବିଜେଡି କର୍ମୀ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଦେଇ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇବା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶ୍ରୀ ତ୍ରିପାଠୀ ପୁନର୍ବାର ଏହି ଦାୟିତ୍ବ ରେ ଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ କିପରି ଶାସକ ଦଳ ସହିତ ଲଢିବେ ବୋଲି ପଚାରିବାରୁ ସେ ସଂକ୍ଷିପ୍ତ ରେ ଉତ୍ତର ଦେଇ କହିଥିଲେ ଯେ ତିର୍ତ୍ତୋଲ ବିଧାୟକ ଆମ ଦଳର ଓ ଆମେ ରଘୁନାଥପୁର ବ୍ଲକ କୁ ହାତେଇ ନେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବୁ l
