ଅଉଖମା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଅଉଖମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଦିବ୍ୟ ପ୍ରକାଶ ପ୍ରଧାନ ବ୍ଳକ ଶିକ୍ଷା ଅଧିକାରୀ ଓ ବ୍ଲକ ସାଧନ କେନ୍ଦ୍ର ସଂଯୋଜକ,ସଦର,ଢେ଼ଙ୍କାନାଳ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଦେଵବ୍ରତ ନାଥ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଅଉଖମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଦେବେନ୍ଦ୍ର ସେଠୀ,ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ଭଗବାନ ବେହେରା (ବ୍ଲକ ଶିକ୍ଷା ଅଧିକାରୀ ସଦର ଢେ଼ଙ୍କାନାଳ) ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ସଂଗୀତା ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପବିତ୍ର ମୋହନ ସାହୁ ଓ – ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ସିଆରସିସି ଚନ୍ଦ୍ରଶେଖରପ୍ରସାଦ ନୃସିଂହ ଚରଣ ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ମଞ୍ଚାସୀନ ଥିଲେ। ତେବେ ଏହି ଉତ୍ସବରେ ଶିକ୍ଷକ – ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ସେଠୀଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୃତ୍ୟ,ଗୀତ ପରିବେଷଣ କରାଯାଇଥିଲା ଓ ମୁଖ୍ୟ ଅତିଥିମାନଙ୍କ ଦ୍ଵାରା ବିଭିନ୍ନ ଖେଳ,ଗୀତ,ନୃତ୍ୟରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
ରିପୋର୍ଟ ଗୋକୁଳାନନ୍ଦ ବେହେରା
