ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ ଜମିକୁ ପଡ଼ୋଶୀଙ୍କ ଦ୍ବାରା ଜବରଦଖଲ,
ଜିଲ୍ଲାପାଳ ଙ୍କ କଥାକୁ, ତହସିଲଦାର ଙ୍କ ବେଖାତିର
ପ୍ରଶାସନ ସାଜିଛି ସଖି କଣ୍ଢେଇ
ମୟୁରଭଞ୍ଜ (ନି.ପ୍ର) ବେତନଟୀ, ଦେଶସେବାରେ ଜୀବନର ଅନେକ ବର୍ଷ ବ୍ୟୟ କରିଥିବା ଜଣେ ପୂର୍ବତନ ଭାରତୀୟ ନୌସେନା ଅଧିକାରିଙ୍କ ଜମିକୁ ପଡ଼ୋଶୀ ଜୋର୍ ଜବରଦସ୍ତି ଜବର ଦଖଲ କରିନେଇଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନିକ ଅଧିକାରୀମାନେ ନିରବ ଦ୍ରଷ୍ଟା ସାଜିଛନ୍ତି। ଏହା କେବଳ ଜଣେ ବ୍ୟକ୍ତିର ସମ୍ପତ୍ତି ଅଧିକାରର ଉଲ୍ଲଂଘନ ନୁହେଁ, ବରଂ ସମ୍ବିଧାନର ଧାରା ୩୦୦ଏ ଅନୁଯାୟୀ ସୁରକ୍ଷିତ ଅଧିକାର ଉପରେ ଘୋର ଉପହାସ ବୋଲି ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେଉଛି । ଏହା ସରକାରି ନିୟମର ସ୍ପଷ୍ଟ ଉଲ୍ଲଂଘନ ହୋଇଥିବା ବେଳେ, କାହିଁକି ପୋଲିସ୍ ଓ ରାଜସ୍ୱ ବିଭାଗ ନିଷ୍କ୍ରିୟ ତାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଶାସନିକ ଅବହେଳା ଓ ଦୁର୍ନୀତିଖୋର ମନଭାବର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସେନା ଅଧିକାରୀ , ସୁଚନା ପ୍ରକାଶ ମୟୂରଭଞ୍ଜ ଜିଲ୍ଲାର ବେତନୋଟି ତହସିଲ୍ ଅନ୍ତର୍ଗତ ସୁଖିଲହର ସମିଲ୍ ମହୁଲିଆ ଗ୍ରାମର ବାସିନ୍ଦା ସୁଶୀଲ କୁମାର ମହାନ୍ତ, ଯିଏ ଭାରତୀୟ ନୌସେନାରେ ପେଟି ଅଫିସର୍ ଭାବେ କାର୍ଯ୍ୟରତ ଥିଲେ, ଏବେ ଅବସର ଗ୍ରହଣ କରି ନିଜ ଗ୍ରାମରେ ରହୁଛନ୍ତି ସେ ଏହି ସମସ୍ୟାର ବିସ୍ତୃତ ବିବରଣୀ ଦେଇଛନ୍ତି। ସୁଶୀଲଙ୍କ କହିବାନୁସାରେ, ୨୦୧୨ ମାର୍ଚ୍ଚ ୨୦ରେ ସେ ତାଙ୍କ ପତ୍ନୀ ସୁକାନ୍ତି ମହାନ୍ତଙ୍କ ନାମରେ ଏକ ଜମି ଯାହାର (ଖତା ନଂ: ୩୮୧/୨୮୫, ପ୍ଲଟ୍ ନଂ: ୧୮୭୯/୨୪୭୦, କ୍ଷେତ୍ରଫଳ: ୦.୨୮ ଡେସିମାଲ୍) କ୍ରୟ କରିଥିଲେ। ଏହି ଜମିର ସୀମାନିର୍ଧାରଣ ୨୦୧୨ ଅଗଷ୍ଟ ୨୫ରେ ବେତନୋଟି ତହସିଲଦାରଙ୍କ ଦ୍ୱାରା କରାଯାଇଥିଲା, ଏବଂ ୨୦୧୩ ମାର୍ଚ୍ଚ ୨୩ରେ ପଟ୍ଟା ପ୍ରଦାନ କରାଯାଇଥିଲା । ପରେ କେସ୍ ନଂ: ୫୩/୧୩ରେ କିସମ୍ ପରିବର୍ତ୍ତନ କରାଯାଇ ୦.୦୬ ଡେସିମିଲ୍ କୁ ଘରବାରି ରୂପେ ପରିବର୍ତ୍ତନ କରାଯାଇଥିଲା।
କିନ୍ତୁ ସୁଶୀଲ ଯେତେବେଳେ ନୌସେନା ଡ୍ୟୁଟିରେ ତାମିଲନାଡୁର କୋଏମ୍ବାଟୋର୍ରେ ଥିଲେ, ତାଙ୍କ ପଡ଼ୋଶୀ ପ୍ରଶାନ୍ତ ମହାନ୍ତି ଓ ତାଙ୍କ ପତ୍ନୀ ସଂଯୁକ୍ତା ମହାନ୍ତି ଜୋର୍ ଜବରଦସ୍ତ ପାଚେରୀ ଭାଙ୍ଗି ପଶ୍ଚିମ ପାର୍ଶ୍ୱରୁ ୦.୦୨ ଡେସିମିଲ ଜମି ଜବରଦଖଲ କରିନେଇଛନ୍ତି।,ସୁଶୀଲଙ୍କ ଅଭିଯୋଗ ମୁତାବକ, ସେ ୨୦୧୩ରୁ ଆରମ୍ଭ କରି ବାରମ୍ବାର ଅଭିଯୋଗ ଦାଖଲ କରିଛନ୍ତି। ୨୦୧୩ ଜୁନ୍ ୨୭ରେ ବ୍ୟକ୍ତିଗତ ଭାବେ, ଜିଲ୍ଲାପାଳ, ଏସ୍ପି, ତହସିଲଦାର ଓ ପୋଲିସ୍ ଅଫିସରମାନଙ୍କୁ ଚିଠି ମାଧ୍ୟମରେ, ଓ ୨୦୨୫ରେ ପ୍ରତ୍ୟକ୍ଷ ଭାବେ କଲେକ୍ଟରଙ୍କ ଜନସୁନାଣିରେ, ଓ ସିଏମ୍ଓ ଗ୍ରିଭାନ୍ସ୍ ରେ ଅଭିଯୋଗ ଦାଖଲ କରିଛନ୍ତି କିନ୍ତୁ ଫଳ ଶୂନ। ଏପରି କି ସେ ବେତନୋଟି ଥାନାକୁ ଏହି ବାବଦ ରେ ଏଫ୍ଆଇଆର୍ ଦେବାକୁ ବାରମ୍ଵାର ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥା ଶୁଣୁ ନାହିଁ , ବରଂ ପୋଲିସ୍ ଅଫିସରମାନେ ତାଙ୍କୁ ଧମକ ଦେଉଛନ୍ତି। ଏ ବାବଦ ରେ ସବ୍-କଲେକ୍ଟର୍ ବାରିପଦା ଙ୍କୁ ଜଣାଇବା ପରେ, ସେ ତହସିଲଦାରଙ୍କୁ ଚିଠି ନଂ: ୫୬୯/୦୩.୦୩.୨୦୨୨ ଓ ଆର ଟି ଆଇ ରିପୋର୍ଟ୍ ନଂ: ୨୧୨/୨୬.୦୮.୨୦୨୫ ପ୍ରାପ୍ତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହା ପ୍ରଶାସନର ଘୋର ଅବହେଳା କୁ ଦର୍ଶାଉଛି – କାହିଁକି ଏତେ ବର୍ଷ ଧରି ଅଭିଯୋଗଗୁଡ଼ିକ ଫାଇଲରେ ରଖି ଧୂଳି ଜମାଉଛି? କେଉଁ ଅନ୍ତର୍ଦ୍ୱନ୍ଦ୍ୱ ବା ଚାପରେ ଅଧିକାରୀମାନେ ନିରବ ବା ସଖି କଣ୍ଢେଇ ସାଜି ଛନ୍ତି? ଏବେ ଦେଖିବା ବାକି ରହିଲା କେବେ ହେବ ସୁଶିଲଙ୍କ ଭୂମିର ପୁନଃ ସୀମାନିର୍ଧାରଣ, ଅଧିକୃତ ଭୂମି ପୁନରୁଦ୍ଧାର, ଏବଂ ନିଜର ସୁରକ୍ଷା ପାଇଁ ସେ କହୁଛନ୍ତି, “ମୁଁ ଦେଶ ପାଇଁ ଲଢ଼ିଛି, କିନ୍ତୁ ନିଜ ଘରରେ ନ୍ୟାୟ ପାଇପାରୁନାହିଁ। ପ୍ରଶାସନର ଏହି ନିରବତା ଭ୍ରଷ୍ଟାଚାରର ସଂକେତ ଦେଉଛି। ପ୍ରଶାସନ କେବେ କାର୍ଯାନୁଷ୍ଠାନ ଗ୍ରହଣ କରିବେ ଦେଖିବାକୁ ବାକିରହିଲା.।।
ବଡ଼ସାହି ରୁ ସୁଭାଶିଷ ଚୌଧୁରୀ ଙ୍କ ସହ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
