ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର 26 ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
======================
ବ୍ରହ୍ମପୁର,
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର 26 ତମ ସ୍ଵନକ୍ଷତ୍ର ଉତ୍ସବ ବାସୁଦେବ ନଗର ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରବି ରାଉତରାୟ,ଶ୍ରୀଯୁକ୍ତ ଡକ୍ଟର ପ୍ରଶାନ୍ତ କୁମାର ପତି,ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ଅଶୋକ କୁମାର ପାଢ଼ୀ,ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାମନ୍ତ,ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ,ସମ୍ପାଦିକା ସୁଶ୍ରୀ ଉଷାରାଣୀ ତ୍ରିପାଠୀ,ସଭାପତି ମହନ୍ତ ମହାରାଜ ଶ୍ରୀ କମଳାକାନ୍ତ ଦାସ ମହାରାଜ ଯୋଗ ଦେଇଥିଲେ। ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ସୋପାନର ଶେଷରେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ୱିତୀୟ ସୋପାନରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ପରିବହନ ଓ ଖଣି,ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରବି ରାଉତରାୟ, ଶ୍ରୀଯୁକ୍ତ ଡକ୍ଟର ପ୍ରଶାନ୍ତ କୁମାର ପତି,ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ଅଶୋକ କୁମାର ପାଢ଼ୀ,ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାମନ୍ତ,ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ,ସମ୍ପାଦିକା ସୁଶ୍ରୀ ଉଷା ରାଣୀ ତ୍ରିପାଠୀ,ସଭାପତି ମହନ୍ତ ମହାରାଜ କମଳାକାନ୍ତ ଦାସ ମହାରାଜ ଯୋଗ ଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ।ସମସ୍ତ ଅତିଥି ମାନଙ୍କୁ ସମ୍ପାଦିକା ସୁଶ୍ରୀ ଉଷା ରାଣୀ ତ୍ରିପାଠୀ ଉପଢୌକନ ଦେଇ ସମ୍ମାନିତ କରିଥିଲେ।ମଞ୍ଚରେ ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷାବିତ୍ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାମନ୍ତ ,ଶ୍ରୀଯୁକ୍ତ ଅଗସ୍ତି ବରାଡ,ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବିଷୋୟୀ,ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ,ଶ୍ରୀଯୁକ୍ତ ଉଲ୍ଲାସ ଚନ୍ଦ୍ର ପ୍ରଧାନ ଶ୍ରୀଯୁକ୍ତ ବିମଳ ପ୍ରସାଦ ପଟ୍ଟନାୟକ,ଶ୍ରୀଯୁକ୍ତ ରାମ ଚନ୍ଦ୍ର କାର୍ଜି,ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାରଣା,ଶ୍ରୀଯୁକ୍ତ ଦ୍ବାରିକା ନାଥ ରାଉତ,ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ର,ଶ୍ରୀଯୁକ୍ତ କୁମୁଦ ରଞ୍ଜନ ପଣ୍ଡା,ଶ୍ରୀଯୁକ୍ତ ସିମାଞ୍ଚଳ ବାଡତ୍ୟା,ଶ୍ରୀମତୀ ପି ନାଗମନୀ, ଶ୍ରୀଯୁକ୍ତ ଶିବରାମ ସନ୍ତୋଷରା,ସୁଶ୍ରୀ ମିନି କୁମାରୀ ନନ୍ଦ, ଶ୍ରୀଯୁକ୍ତ କାହ୍ନୁ ଚରଣ ବାଡତ୍ୟା,ଶ୍ରୀଯୁକ୍ତ ଅମନ୍ କୁମାର ସାହୁ,ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବିଷୋୟୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହ ଭଲ ମଣିଷ ଟିଏ କିପରି ହୋଇ ପାରିବା ସେ ବିଷୟରେ କହିଥିଲେ। ଛାତ୍ର ଛାତ୍ରୀ ମାନେ ମୋବାଇଲ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।
