ଅସହାୟ ମହିଳାଙ୍କ ଘର କରାଇ ଦେଲା ଆଦର୍ଶ ଯୁବ ପରିଷଦ
ସୋର(ଭଞ୍ଜଦୂତ,ନିପ୍ର, ଜ୍ୟୋତିପ୍ରକାଶ) ::: ସୋର ବ୍ଲକ ନଟାପଡ଼ା ପଞ୍ଚାୟତରେ କମଳା ଦାସ ନାମ୍ନୀ ଜଣେ ମହିଳା ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ରହି ଆସୁଥିଲେ। ମାତ୍ର ସ୍ୱାମୀଙ୍କ ଅକାଳ ବିୟୋଗ ପରେ ପିଲା ମାନଙ୍କୁ ନେଇ ତାଙ୍କ ଜୀବନ ଅସହାୟ ଓ ଦୁର୍ବିସହ ହୋଇପଡ଼ିଥିଲା। ସେହି ସମୟରେ ସୋରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ସ୍ୱାମୀଙ୍କ ଦଶାହ କର୍ମ ପାଇଁ ଆର୍ଥିକ ସହାୟତା ସହ ଦୁଇ ମାସର ଖାଦ୍ୟ ସାମଗ୍ରୀ ଯୋଗାଇ ଥିଲେ। ମାତ୍ର ଏକ ପଲିଥିନ ଘେରା ଘରେ ପିଲା ମାନଙ୍କୁ ନେଇ ଚଳିବା ନେଇ କମଳାଙ୍କ ଦୁଃଖକୁ ଅନୁଭବ କରିଥିଲେ ଆଦର୍ଶ ଯୁବ ପରିଷଦର ସଦସ୍ୟ ମାନେ। ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ଗ୍ରାମବାସୀ ମାନଙ୍କ ସହମତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିଦେବାକୁ ପ୍ରତିଶୃତି ଦେଇଥିଲେ। ଉକ୍ତ ପ୍ରତିଶୃତି ପରିପ୍ରେକ୍ଷୀରେ ଆଜି ୧ଲକ୍ଷ ୫୦ ହଜାର ଟଙ୍କାରେ ମାତ୍ର ୩ ମାସରେ ନିର୍ମାଣ କରି ଉକ୍ତ ବାସଗୃହକୁ କମଳା ଦାସଙ୍କୁ ପରିଷଦର ବହୁ ସଦସ୍ୟଙ୍କ ଉପସ୍ଥିତିରେ ଘରକୁ ହସ୍ତାନ୍ତର କରଯାଇଥିଲା। ନିଜର ପ୍ରତିଶୃତି ପୂରଣ କରି ଜଣେ ଅସହାୟ ମହିଳାଙ୍କୁ ଘର ନିର୍ମାଣ କରି ଦେଇଥିବାରୁ ସମିତି ସଭ୍ୟ ଅନୁପମା ଜେନା ପରିଷଦକୁ ଧନ୍ୟବାଦ ଦେଇଥିଲେ। ଉକ୍ତ ଗୃହକୁ ପରିଷଦର ଅଧ୍ୟକ୍ଷ ଶ୍ରୀଧର ପତ୍ରୀଙ୍କ ସହ ସମିତି ସଭ୍ୟ ଗୃହ ପ୍ରବେଶ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ପୃଥିବୀ ବେହେରାଙ୍କ,ସହ ଉପସଭାପତି ମନୋରଞ୍ଜନ ସାମଲ, ସମ୍ପାଦକ ଅଞ୍ଜନ କୁମାର ଦାସ,କୋଷାଧକ୍ଷ ସତ୍ୟବ୍ରତ ବେହେରା, ସହ କୋଷାଧକ୍ଷ ମନୋରଞ୍ଜନ ସାହୁ,ସଦସ୍ୟ ରାଜେନ୍ଦ୍ର ମଲ୍କିକ, କାର୍ତ୍ତିକ ରାଉଳ,ଯଦୁନାଥ ଧଡ଼ା,ସଞ୍ଜୟ ଧଡ଼ା,ମୃତ୍ୟୁଞ୍ଜୟ ଦାସ,ରମେଶ ମଣ୍ଡଳ,ଧୀରଜ ବେହେରା,ପଞ୍ଚାନନ ପ୍ରଧାନ,ଭାବଗ୍ରାହୀ ରାଉତ,ପୁନମ ସାହୁ,ପ୍ରଭାବତୀ ପ୍ରଧାନ, ମମତା ସାହୁ, ରଞ୍ଜିତା ଅଗସ୍ତି,ମିତାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
