ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ।
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷ ରେ ସିଡିପିଓ ସଂଘମିତ୍ରା ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ବ୍ଲକ ଅର୍ଥ ବିଭାଗ ରେ କାର୍ଯ୍ୟରତ ଆଶା ତରଙ୍ଗ ମହାନ୍ତି ଏହି କାର୍ଯ୍ୟକ୍ରମ ର ଉଦ୍ଦେଷ୍ୟ ଉପରେ ଛାତ୍ରୀ ମାନଙ୍କୁ ଏଲଇଡ଼ି ସ୍କ୍ରିନ ରେ ଉପସ୍ଥାପନ କରି ଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଛାତ୍ରୀ ମାନେ ଅର୍ଥ ସଂଚୟ କରିବାର ଉପାୟ, ସେମାନଙ୍କ ପାଇଁ ଥିବା ମୌଳିକ ଅଧିକାର, ଭୃଣ ହତ୍ୟା ଠାରୁ ଦୁରେଇ ରହିବା ଏବଂ ଭଲ ପାଠ ପଢି ଉତ୍ତମ ଦେଶର ଉତ୍ତମ ନାଗରିକ ହେବା ପାଇଁ ଶପଥ ନେବା ଆଦି ବିଭିନ୍ନ ଦିଗ ଉପରେ ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦିଆଯାଇଥିଲା। ଏହି ଅବସରରେ ଆକାଂକ୍ଷା ପ୍ରିୟଦର୍ଶିନୀ, ପ୍ରତିଭା ମାଝୀ ଏବଂ ଜ୍ୟୋତି ମଣ୍ଡଳଙ୍କୁ ବିଭିନ୍ନ କ୍ଷେତ୍ରରେ କୃତି ଲାଭ କରିଥିବା ଯୋଗୁଁ ୧୦୦୦ହଜାର ଟଙ୍କାର ପୁରସ୍କାର ରାଶି ସହ ସାର୍ଟିଫିକେଟ ଦିଆଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଆର ପି ପ୍ରଦୀପ କୁମାର ପଣ୍ଡା, ବି ଏଫ ଓ ସନ୍ଧ୍ୟାରାଣୀ ସୁଆର, ସୁପରଭାଇଜର ରଚନା ପ୍ରଧାନ, ବବିତା କୁମାରୀ ନାୟକ, ତପସ୍ୱିନୀ ସେନାପତି, ଉମା ପାଢ଼ୀ, ମଞ୍ଜୁ କୁମାରୀ ପଟ୍ଟନାୟକ ଓ ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ।
