ବଡଯୋରଡା ଏସ୍.ଏସ୍.ଭି.ଏମ୍ .ରେ ବାର୍ଷିକ ଉତ୍ସବ
—-+——–++——
ସରସ୍ବତୀ ଶିଶୁବିଦ୍ୟାମନ୍ଦିର ,ବଡ଼ ଯୋରଡା ଠାରେ ୨୯ତମ ବାର୍ଷିକ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି . ଉକ୍ତ ଉତ୍ସବରେ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ, କଟକ ର କୂଳପତି ସମ୍ମାନନୀୟ ଡଃ. କମଲଜିତ୍ ସିଂ ମୁଖ୍ୟ ଅତିଥି ଓ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ପଦାର୍ଥବିଜ୍ଞାନ ପ୍ରଫେସର ଓ ସ୍ତମ୍ଭକାର ଡଃ ,ଗୌରୀ ଶଙ୍କର ସାହୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଚିଫ ମ୍ୟାନେଜର ମାଇନିଂ ମକରନ୍ଦ ମାଝୀ ,ସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ,ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ ମଞ୍ଚରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଛୋଟ ବେଳୁ ନିଜ ପରିବାରରୁ ରୋଲ ମଡେଲ ଚୟନ କରି ଲକ୍ଷ୍ୟ ସ୍ଥିରକରିବା ସହିତ ପରିଶ୍ରମ କର ଦେଖିବ ନିଶ୍ଚୟ ସଫଳତା ପାଇବ । ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ ସରସ୍ଵତୀ ଶିଶୁ ମନ୍ଦିର ଯୋଜନା ଓ ଅନ୍ୟ ବିଦ୍ୟାଳୟ ମାନଙ୍କର ଏକ ତୁଳନାତ୍ମକ ବୃତ୍ତ ପ୍ରଦାନ କରିବା ସହିତ ମା ସରସ୍ଵତୀର ଶାସ୍ତ୍ର ଅନୁମୋଦିତ ବର୍ଣ୍ଣନା , ପ୍ରଭାବ, ଓ ଚମତ୍କାର ସହିତ ବିଦ୍ୟାଭାରତୀ ଙ୍କର ଜନ୍ମ , ସଫଳତା, ଓ ସାଧାରଣ କାର୍ଯ୍ୟକର୍ତ୍ତା ମାନଙ୍କ ତ୍ୟାଗ , ଓ ପରିଶ୍ରମଙ୍କ ଦ୍ୱାରା କିପରି ଅସାଧାରଣ ,ସଂସ୍କୃତି ସଂପନ୍ନ ନାଗରିକ ଏକ ଅନୁଷ୍ଠାନରୁ ବାହାରିଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଫଳ ପୂର୍ବଛାତ୍ର ଛାତ୍ରୀ ଯଥା- ଡଃ,ଶୁଭଶ୍ରୀ ଖୁଣ୍ଟିଆ,ଆଇଜର ରୁ ପିଏଚଡି,ସିଲୁ ପ୍ରଧାନ, ଏନ୍,ଆଇ, ଟି , ଅମନ କୁ.ସାହୁ , ଏନ.ଆଇ.ଟି ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ତତ୍ ସହିତ ଶିଶୁମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରରେ ଆୟୋଜିତ ସଙ୍ଗୀତ, ବ୍ୟକ୍ତୃତା, ଚିତ୍ରାଙ୍କନ,ଖେଳ,ଶ୍ରେଣୀର ସର୍ବୋଚ୍ଚ ପ୍ରାପ୍ତାଙ୍କ ଶିଶୁଙ୍କୁ ସମ୍ମାନିତ କରା ଯାଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ବାଲି ରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ବିଶାଳ ପ୍ରତିମା ଓ କୋଣାର୍କ ଚକ୍ରଟିଏ ପ୍ରସ୍ତୁତ କରିଥିଲେ । ବିଦ୍ୟାଳୟର ଶୈକ୍ଷିକ ପ୍ରମୂଖ ପ୍ରଦ୍ମିନ ପ୍ରଧାନ ,ପ୍ରଭାସିନି ଦେହୁରୀ, ବବିତା ବିଶ୍ୱାଳ,ମୀନାକ୍ଷୀ ପ୍ରଧାନ, ଦୀପ୍ତିମୟୀ ପ୍ରଧାନ ,ବାପିନୀ ସାମଲ , ସୁରେଶ ଚନ୍ଦ୍ରସାହୁ ମଞ୍ଚ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ| ଉକ୍ତ କାର୍ଯ୍ୟକ୍ରମ ରେ ବିଭୀଧ କ୍ଷେତ୍ରର କାର୍ଯ୍ୟକର୍ତା ଙ୍କ ସମେତ ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ, ଆମ୍ବମୁଣ୍ଡା ର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ, ବିଜେପି ମିଡିଆସେଲ ଜୋନାଲ ପ୍ରଭାରୀ ପର୍ଶୁରାମ ବାରିକ ଙ୍କ ସମେତ ବହୁ ଅଧିକାରୀ ମାନେ ଯୋଗ ଦେଇଥିଲେ |
