ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ସାମୁହିକ ଗାନ କାର୍ଯ୍ୟକ୍ରମ
କଙ୍କଡ଼ାହାଡ଼ – ରିପୋର୍ଟର ଧର୍ମାନନ୍ଦ ସେଠି
ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ର ଦେଢ଼ ଶହ
ବର୍ଷ ପୂର୍ତ୍ତି ବାର୍ଷିକ ଅବସରରେ ସାମୁହିକ ଗାନ କରାଯାଇଛି,
ଏହି ସଂଗୀତ କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇବାକୁ ତଥା
ଏହାର ପ୍ରଚାର ପ୍ରସାରରେ ଓ ସଚେତନ ଲକ୍ଷାନେଇ ଭାରତ
ସରକାରଙ୍କ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ,ମହାବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ଏହି ସଂଗୀତ ଗାନ କରିଥିଲେ,
କଙ୍କଡ଼ାହାଡ଼ ପଂଚାୟତ ସମିତି କାର୍ଯ୍ୟାଳୟ ପରି ସର ରେ,
ବି. ଡି. ଓ. ଯଶୋବନ୍ତ ଦେହୁରୀ ଙ୍କ ଆୟୋଜନରେ ଉକ୍ତ
କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର୍ ଦାସ,
ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୁତି ମିତା ନାୟକ,
ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ତାଣ୍ଡିମୁଣ୍ଡା ଓ କରଗୋଲା ସ୍କୁଲ ର ସହକାରୀ ଶିକ୍ଷୟତ୍ରୀ ମୋନାଲିସା ବିଶ୍ଵାଳ ଏବଂ
ମାନସ ରଞ୍ଜନ ସାହୁ ଯୋଗଦାନ କରିଥିଲେ,ପ୍ରଧାନ ମନ୍ତ୍ରୀ
ନରେନ୍ଦ୍ର ମୋଦୀ ଙ୍କ ଆହ୍ଵାନରେ ଏହି କାର୍ଯ୍ୟକ୍ରମ ହୋଇ ଥିଲା
ବନ୍ଦେ ମାତରଂ ଏକ ରାଷ୍ଟ୍ର ପ୍ରେମ ଏବଂ ବିରତାର ଏକ ଶକ୍ତି
ଶାଳୀ ପ୍ରତୀକ ,ସ୍ଵାଧୀନତା ସଂଗ୍ରାମୀ ସମୟରେ ଏହା ଦେଶ
ବାସୀଙ୍କ ମନରେ ଅପୂର୍ବ ଉତ୍ସାହ,ଜାଗୃତି ସୃଷ୍ଟି କରିଥିଲା ଯାହା
ଏହା ଏକ ଗୀତ ନୁହେଁ ବରଂ ରାଷ୍ଟ୍ର କୁ ଭଲ ପାଇବାର ଏକ
ସଙ୍ଗୀତ ଯାହା ଅତିଥିମାନେ ତାଙ୍କ ବକ୍ତବ୍ୟ ରେ କହିଥିଲେ ।
