*ଇନ୍ଦ୍ରାଦି ନାଏକ ନାମକ ଅସହାୟ ମହିଳା, ଦୁଇ ନାବାଳିକା ଝିଅ ସହ ଜୀବନ ନିର୍ବାହ କଷ୍ଟ ସାଧ୍ୟ* ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଚାନାବେଡା ଗ୍ରାମ ପଞ୍ଚାୟତ ର ବରପଦର୍ ଗ୍ରାମ ର ଇନ୍ଦ୍ରାଦି ନାଏକ ନାମକ ଅସହାୟ ମହିଳା, ଦୁଇ ନାବାଳିକା ଝିଅ ସହ ଜୀବନ ନିର୍ବାହ କଷ୍ଟ ସାଧ୍ୟ ହୋଇପଡ଼ିଛି। ଇନ୍ଦ୍ରାଦି ନାଏକ ତାଙ୍କ ବୟସ୍ ୪୫ ବର୍ଷ ସେ ୩୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ଥିବା ବେଳେ ଠିକ ରୂପେ ଚାଲିବା ବୁଲିବାରେ ଅସମର୍ଥ । ତାଙ୍କର ସ୍ୱାମୀ ଙ୍କ ପରିତ୍ୟାକ୍ତା ଅଟନ୍ତି। ତାଙ୍କ ଦୁଇ ନାବାଳିକା ଝିଅ ରହିଛନ୍ତି। ତାଙ୍କ ପାଖରେ ମୁଣ୍ଡ ଗେଞ୍ଜିବା ପାଇଁ ନିଜସ୍ୱ ଘର ନଥିବା ବେଳେ ତାଙ୍କ ନାମ ରେ ଜମି ଖଣ୍ଡ ମଧ୍ୟ ନାହିଁ । ସେ ଦୁଇ ଝିଅଙ୍କ ସହିତ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଜୀବନ ଯାପନ କରୁଛନ୍ତି । ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବାରୁ ତାଙ୍କର ଦୁଇ ଝିଅଙ୍କ ପାଠପଢ଼ା ମଧ୍ୟ ବାଧା ସୃଷ୍ଟି ହେଉଅଛି। ଅର୍ଥ ରୋଜଗାର କରିବା ପାଇଁ ତାଙ୍କ ଭିନ୍ନକ୍ଷମ କାରଣ ରୁ ଅସମର୍ଥ ଥିବା ବେଳେ ବାଧ୍ୟ ହୋଇ ଜୀବନ ନିର୍ବାହ କଷ୍ଟ ସାଧ୍ୟ ହୋଇଅଛି।ଅନ୍ୟ ଜଣେ ଜମିରେ ମାଟି ଝୁପଡ଼ି ଘର କରି ଜୀବନ ନିର୍ବାହ କରୁଥିବା ବେଳେ ତାଙ୍କୁ ସେଠାରୁ ବାହାରି ଯିବା ପାଇଁ କହିଥିଲେ। ଦୈନିକ ଖାଦ୍ୟ ପେୟ ଯୋଗାଡ କରିବା କଷ୍ଟ ସାଧ୍ୟ ହେଉଥିବା ବେଳେ ବର୍ତ୍ତମାନ ମୁଣ୍ଡ ଗେଞ୍ଜୀବା ପାଇଁ ଆଶ୍ରୟ ନାହିଁ।
ପ୍ରଶାସନଙ୍କୁ ବିନମ୍ର ଅନୁରୋଧ
ତାଙ୍କୁ ସରକାରୀ ଯୋଜନାରେ ଆବାସ ଯୋଜନା ର ଘର, ସରକାରୀ ଯୋଜନା ବସୁନ୍ଧରା ଯୋଜନା ରେ ୪ ଡିସିମିଲ ଜମି ପ୍ରଦାନ କରିବାକୁ ଅନୁରୋଧ। ମହିଳା ଙ୍କୁ ୩୦% ପ୍ରତିଶତ ଭିନ୍ନକ୍ଷମ କାରଣ ରୁ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ଦୁଇ ନାବାଳିକାଙ୍କ ଶିକ୍ଷା ବ୍ୟବସ୍ଥା କୁ ମଧ୍ୟ ସୁନିଶ୍ଚିତ କରିବାକୁ ଅନୁରୋଧ।
