ସମ୍ଭାବନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଯୁବ ଦିବସ ପାଳନ
କଟକ – ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସମ୍ଭାବନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଦିବସ ସଭାପତି ପ୍ରିୟରଞ୍ଜନ ମହାପାତ୍ର ଙ୍କ ଅଧକ୍ଷତାରେ କଲେଜଛକ ସ୍ଥିତ ଯଶୋଦା ସଦନ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସଭାପତି ପ୍ରିୟରଞ୍ଜନ ମହାପାତ୍ର ଏହି ଶିଶୁ ସଦନରେ ଉପସ୍ଥିତ ଅନ୍ତେବାସୀ ମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ l ଆଲୋଚନା ଶେଷରେ ଶିଶୁ ଅନ୍ତେବାସୀ ମାନଙ୍କୁ ବିବେକାନନ୍ଦଙ୍କ ଜୀବନୀ, ଚି଼କାଗୋ ବକୃତା, କଲମ, ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ରାକେଶ ଶତପଥୀ, ଉପସଭାପତି ବିମଳ ପ୍ରସାଦ ଜେନା, ରୀନା ଜେନା, ରାମେଶ୍ୱରୀ ସାହୁ, ତନୁଶ୍ରୀ ବାରିକ, ବିକ୍ରମ ବାରିକ, ଆଲୋକ କୁମାର ସାହୁ, ପ୍ରଭୃତି ସଦସ୍ୟ ମାନେ ପରିଚାଳନା କରିଥିଲେ ଏବଂ ଶେଷରେ ସଂଗଠନର ପ୍ରମୁଖ ସଦସ୍ୟ ସିପନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
