ନୀଳମାଧଵ ପୁର ଗ୍ରାମ ରେ ଅଷ୍ଟପ୍ରହରୀ ନାମ ଯଜ୍ଞ ମହା ଆଡ଼ମ୍ବର ରେ ପାଳିତ
ରିପୋର୍ଟର : ଗୋକୁଳାନନ୍ଦ ବେହେରା।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇଶିଙ୍ଗା ପଂଚାୟତ ର ନୀଳମାଧଵ ପୁର ଗ୍ରାମ ରେ ମହା ଆଡ଼ମ୍ବର ସହିତ ୪୫ ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଳିତ ହୋଇ ଯାଇଛି l ଏହି ନାମ ଯଜ୍ଞ ପ୍ରତେକ ବର୍ଷ ପାଳିତ ହୋଇ ଆସୁଛି l ସମସ୍ତ ଗ୍ରାମ ରେ ଭକ୍ତି ଭାବ ଦେଖିବାକୁ ମିଳିଥିଲା,ପ୍ରଥମ ଦିନ କଳସ ଯାତ୍ରା ଓ ଦ୍ୱିତୀୟ ଦିନ ନାମ ସଂକୀର୍ତନ ଓ ତୃତୀୟ ଦିନ ନଗର ପରିକ୍ରମା କରି ସମପନା କରାଯାଇଥିଲା ଓ ଭଗବାନ ଙ୍କ ନାମ ରେ ଏକ ବିରାଟ କାୟ ଆଜ୍ଞାଲଡ଼ୁ କରାଜାଇ ନିଲାମ କରାଯାଇଥିଲା l ଏହି ନିଲାମ ରେ କାମାକ୍ଷାନଗର ର ବାଲ ଗୋପାଳ ଅଗ୍ରୱାଲ ଆଜ୍ଞ୍ୟା ଲଡ଼ୁ ଟିକୁ ୧୦୬୦୦ ଟଙ୍କା ରେ ନେଇ ଆଶିଷ ଲାଭ କରିଥିଲେ l ଏହି ଅଷ୍ଟପ୍ରହରୀ ନାମ ଯଂଜ୍ଞ ରେ ଗ୍ରାମ ର ସମସ୍ତ ଗ୍ରାମ ବାସି ଙ୍କ ସହଯୋଗ ରେ ସୁଚାରୁ ରୂପେ ପାଳିତ ହୋଇପାରିଛି l ଗ୍ରାମ ର ସଭାପତି -ରାକେଶ କୁମାର ବିଶ୍ୱାଳ ଓ ସମ୍ପାଦକ -ସୁନୀଲ କୁମାର ସାହୁ, ବନମାଳୀ ମହାରଣା ପବିତ୍ର କୁମାର ବିଶ୍ୱାଳ,ହରମୋହନ ମିଶ୍ର ଯୋଗ ଦେଇ ଆଶିଷ ଲାଭ କରିଥିଲେ l
