ବଦଳିଲା ବସ ଷ୍ଟାଣ୍ଡ ନାମ, ଉତ୍ସବ ମନାଇଲା କଂଗ୍ରେସ ଦଶରଥପୁର,
ତା- ୧୧/୧
ଭଞ୍ଜଦୂତ(ନି.ପ୍ର) : ସଫଳ ହେଲା କଂଗ୍ରେସର ଦାବୀ। ଶେଷରେ କଂଗ୍ରେସର ଦାବୀ ଆଗରେ ପ୍ରଶାସନ ମୁଣ୍ଡ ନୂଆଇଲା। ଦଶରଥପୁର ବସ ଷ୍ଟାଣ୍ଡ ବଦଳରେ ମଙ୍ଗଳପୁର- କନିକାପଡା ବସ ଷ୍ଟାଣ୍ଡ, ଦଶରଥପୁର ବ୍ଲକ ଲେଖା ଗଲା। ଏଣୁ ଆଜି ଅପରାହ୍ନରେ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳପୁର ବଜାରରୁ ଏକ ଶୋଭାଯାତ୍ରା କରାଯାଇ ନୂତନ ବସ ଷ୍ଟାଣ୍ଡ ନିକଟରେ ପହଂଚି ଥିଲା। ନାରାବାଜି କରାଯିବା ସହିତ ବାଣ ଫୁଟାଇ ମିଠା ଖୁଆଇ ଖୁସି ମନଇଥିଲୁ। କଂଗ୍ରେସର ଦାବୀ ଥିଲା କି ବସ ଷ୍ଟାଣ୍ଡଟି ଦଶରଥପୁର ବସ ଷ୍ଟାଣ୍ଡ ବଦଳରେ ମଙ୍ଗଳପୁର -କନିକାପଡା ବସ ଷ୍ଟାଣ୍ଡ ଲେଖାଯାଉ। କରଣ ନୂତନ ବସ ଷ୍ଟାଣ୍ଡଟି ମଙ୍ଗଳପୁର ବଜାରରେ ନିର୍ମାଣ ହୋଇଥିବାବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀ ଭୁଲ ବଶତଃ ଦଶରଥପୁର ବସ ଷ୍ଟାଣ୍ଡ ନାମ ଫଳକ ଲେଖିଦେଇଥିଲେ। ମାତ୍ର ବିଭାଗର ତ୍ରୁଟି ପୂର୍ଣ୍ଣ ନାମ ଫଳକ ପାଇଁ ଯୁବ କଂଗ୍ରେସ ପକ୍ଷରୁ ଗତ ଅଗଷ୍ଟ ୧୪ ୨୦୨୫ରେ ନାମ ଫଳକଙ୍କୁ ଭଙ୍ଗାରୁଜା କରାଯାଇଥିଲା। ଯେଉଁଥିପାଇଁ ବିଜେପିର କିଛି ନେତା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିନେଇ ଥାନା ପକ୍ଷରୁ ୨୩୦/୨୫ ରେ ଦଫା ୩୨୪(୩)/୨୯୬/୩୫୧(୨)/୩୫୬(୨)/୩(୫)ରେ ମାମଲା ରୁଜୁ ହୋଇଥିଲା। ଯେଉଁ ପାଇଁ କଂଗ୍ରେସର ନେତା ଭରତ ଚନ୍ଦ୍ର ପରିଡା, ଚନ୍ଦ୍ର ଶେଖର ସାହୁ, ବିମଳ ମଲିକ, ମଦନ ମଲିକ, ଶେଖର ସମ୍ବିତ ଧଳ, ଉମେଶ ଜେନା, ଅନନ୍ତ କୁମାର ଜେନା ସାମ୍ବାଦିକ ଜ୍ୟୋତି ପ୍ରକାଶ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହା ଛଡା ଆହୁରୀ ବହୁତ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସେ ଯାହାବି ହେଉ ଅଞ୍ଚଳର ସ୍ୱାର୍ଥ ପାଇଁ ମାମଲା ରୁଜୁ କିଛି ଫରକ ପଡ଼ିବନି ବୋଲି କଂଗ୍ରେସ ଶ୍ରମିକ ସଙ୍ଘର ରାଜ୍ୟ ଉପ ସଭାପତି ଭରତ ଚନ୍ଦ୍ର ପରିଡା, ଯୁବ ନେତା ଚନ୍ଦ୍ର ଶେଖର ସାହୁ, ଅନନ୍ତ କୁମାର ଜେନା, ଉମେଶ ଜେନା, ଶେଖର ସମ୍ବିତ ଧଳ, ବିମଳ ମଲିକ, ମଦନ ମଲିକ, ସରପଞ୍ଚ ଲିପିକା ମଲିକ, ସର୍ବେଶ୍ୱର ମଲିକ, ଅକ୍ଷୟ ନାୟକ, ରମାକାନ୍ତ ଦାସ, ଅଜୟ ମହାପାତ୍ର, ରାଜୀବ ମଲିକ, ଯୁବରାଜ ମଲିକ, ବିଶ୍ୱନାଥ ଜେନା, ସୌମ୍ୟ ରଞ୍ଜନ ବେହେରାଙ୍କ ସମେତ ବହୁ କର୍ମୀ କହିଥିଲେ। ଶେଷରେ କଂଗ୍ରେସର ଦାବୀ ଆଗରେ ପ୍ରଶାସନ ଗ୍ରହଣ କରିଥିବାରୁ ବହୁତ ଧନ୍ୟବାଦ ଜଣାଇଥିଲେ।
