*ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଉନ୍ନୟନ ପ୍ରକଳ୍ପ ସମୀକ୍ଷା, କାର୍ଯ୍ୟ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରମାଣ ପାତ୍ର ପ୍ରଦାନ ପାଇଁ ନିର୍ଦ୍ଧେଶ*
ନୂଆପଡା ( ମିଖାଏଲ ନନ୍ଦ)
ତା:୦୯.୦୧. *
ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଉନ୍ନୟନ ପ୍ରକଳ୍ପ ସମୀକ୍ଷା, କାର୍ଯ୍ୟ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରମାଣ ପାତ୍ର ପ୍ରଦାନ ପାଇଁ ନିର୍ଦ୍ଧେଶ ଦେଇଥିଲେ। ଆଜି ପଞ୍ଚାୟତ ସମିତି ବୈଠକ ରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ସମୟ ସୀମା ମଧ୍ୟରେ ଉନ୍ନୟନ କାର୍ଯ୍ୟ ଶେଷ କରିବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟ ସମୀକ୍ଷା କରିଛନ୍ତି। କାର୍ଯ୍ୟ ଶୀଘ୍ର ସମାପନ ପ୍ରମାଣ ପାତ୍ର ପ୍ରଦାନ କରିବାକୁ ଆହ୍ବାନ କରିଥିଲେ। ସଭାରେ ବିଡ଼ିଓ ମିଳନ କୁମାର , ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମଲ୍ୟବାନ୍ତ ସୁନା, ଏବଂ ତନୟା ଶବର, ସାଂସଦ ପ୍ରତିନିଧି ଜ୍ଞାନ ପ୍ରକାଶ ମେଘ, ଉପାଧ୍ୟକ୍ଷ ଗୋତମ୍ ତାଣ୍ଡି, ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗ ଦେଇ ଆବଶ୍ୟକ ଭିତ୍ତିଭୂମୀ ର ବିକାଶ ସାଙ୍ଗକୁ ପଞ୍ଚାୟତ ରେ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ଉପରେ ଆଲୋକପାତ କରିଥିଲେ।
