*ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଓ ପରିବେଶ ଅନୁକୂଳ ପ୍ରକଳ୍ପ ପ୍ରଦର୍ଶନୀ ମେଳା ପାଇଁ ପ୍ରସ୍ତୁତି ବୈଠକ*
*ହରଭଙ୍ଗା*-୯/୧:-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବ୍ଲକ ସ୍ତରୀୟ କୁଇଜ୍ ଓ ପରିବେଶ ଅନୁକୂଳ ପ୍ରଦର୍ଶନୀ ମେଳା ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଧଳପୁର ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବାବୁଲାଲ ଭୋକ୍ତା, ତିଲେଶ୍ୱର ଲାଲବାହାଦୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ, ବ୍ଲକ ସହ ଗୋଷ୍ଠୀ ଅଧିକାରୀ ଭୂବନେଶ୍ବର ସେଠୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶିକେଶନ ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ଵର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବ୍ଲକ ସ୍ତରୀୟ କୁଇଜ୍ ଓ ପରିବେଶ ଆନୁକୂଳ ପ୍ରଦର୍ଶନୀ ମେଳା କିପରି ସୂଚାରୁ ରୂପେ ଅନୁଷ୍ଠିତ ହେବ ଏବଂ ପରିଚାଳନା ପାଇଁ ବିଭିନ୍ନ କମିଟି କୁ ଦାୟିତ୍ୱ ବଣ୍ଟନ କରିଥିଲେ। ଏହି କୁଇଜ୍ ପ୍ରତିଯୋଗିତା ଓ ମେଳା ପ୍ରଦର୍ଶନୀ ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକଳ୍ପ ମାନ ପଦର୍ଶନ କରିବେ ଏବଂ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।ଉକ୍ତ ପ୍ରସ୍ତୁତି ବୈଠକରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ,ବିଭିନ୍ନ କମିଟି ସଦସ୍ୟ,ସହକାରୀ ଶିକ୍ଷକ, ସି ଆର ସି ସି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସହ ଗୋଷ୍ଠୀ ଅଧିକାରୀ କାର୍ତ୍ତିକେଶ୍ଵର ନାଏକ ଧନ୍ୟବାଦ ଜଣାଇଥିଲେ।
