ପରିବେଶ ନ୍ୟାୟ ସଚେତନତା ଅଭିଯାନ:
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ, କଇଁପୁର ଠାରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଗଜପତି ଜିଲ୍ଲା ସିଭିଲ ଜର୍ଜ ଙ୍କ ତତ୍ଵାବଧାନରେ ମହେନ୍ଦ୍ର ତନୟ ଆଶ୍ରମ ବିଦ୍ୟାଳୟ ପରିସରସ୍ଥ ବାଲ୍ୟ ବିବାହ, ପରିବେଶ ସଚେତନା, ନିଶା ନିବାରଣକୁ ଆଧାରକରି ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, Govt. SSD High School ର ଛାତ୍ରଛାତ୍ରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ ସମୂହ ୮୦୦ ପାଖାପାଖି ଲୋକମାନେ ଯୋଗଦେଇଥିଲେ, ଉକ୍ତ ସଭାରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, C.D.P.O ବି. କମଳାଙ୍ଗୀ, ଗାରାବନ୍ଧ ଥାନା IIC ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନିଶିକା,କଇଁପୁର PHC ଡାକ୍ତର ସୌମ୍ୟରଞ୍ଜନ ଶବର, ରାୟଗଡ A.B.E.O ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା,କଇଁପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଶବର, ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମ୍ୟାନେଜିଙ୍ଗ କମିଟିର ସଦସ୍ୟ ଶ୍ରୀଯୁକ୍ତ ସନ୍ୟାସୀ କାର୍ଜୀ, ମହେନ୍ଦ୍ରଗିରି Developmentର ସଦସ୍ୟ ଶ୍ରୀଯୁକ୍ତ ଭାସ୍କର ମଣ୍ଡଳ ଆଦି ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ସଦସ୍ୟମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରୁ କଇଁପୁର ପର୍ଯ୍ୟନ୍ତ “ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ”, “Say Don’t Drugs” , ଆଦି ସ୍ଲୋଗାନ ଦ୍ୱାରା ପଦଯାତ୍ରା କରାଯାଇଥିଲା। ପଦଯାତ୍ରାପରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, କଇଁପୁର PHC ଡାକ୍ତର ସୌମ୍ୟରଞ୍ଜନ ଶବର, C.D.P.O ବି. କମଳାଙ୍ଗୀ ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ପରିବେଶ ପ୍ରଦୂଷଣର କାରଣ, ନିଶା ସେବନର କୁପରିଣାମ ଓ ବାଲ୍ୟ ବିବାହ ପ୍ରଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭା ଶେଷରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟକୁ ବିରତି ପ୍ରଦାନ କରିଥିଲେ ।
