ବିଦ୍ୟୁତ ଉପଭୋକ୍ତା କମିଟି ର ଟାଟା ପାୱାର ବିରୋଧ ରେ ଆନ୍ଦୋଳନ
ଯାଜପୁର/(ଭଞ୍ଜଦୂତ :ନିପ୍ର ) ରିପୋର୍ଟର:-ସରୋଜ କୁମାର ଧଳ
ଟାଟା ପାୱାର ପକ୍ଷରୁ କୋରାଇ ବ୍ଲକ ଜୋନ ୨ର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ହେଉ ଥିବା ଅନ୍ୟାୟ ଜୋରିମାନା, ବଳ ପ୍ରୟୋଗ ପୂର୍ବକ ସ୍ମାର୍ଟ ମିଟର ସଂଯୋଗ କରିବା ଓ ଅତିରିକ୍ତ ସୁରକ୍ଷା ଜମା ରାଶି ଦାଖଲ କରିବା ସହିତ ପୁର୍ବରୁ ଥିବା ଗରିବ ହିତାଧୀକାରୀଙ୍କ ନିମନ୍ତେ କୁଟୀର ଜ୍ୟୋତି, ସୌଭାଗ୍ୟ ଯୋଜନା ରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ ମୁକ୍ତ ଯୋଜନା ରୁ ବାଦ୍ ଦେବା ଘଟଣା ସରକାର୍ ଙ୍କ ବାହାଦୂରୀ ପଣିଆ ପଦାରେ ପଡ଼ିଛି ଏହାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ବିଦ୍ୟୁତ୍ ଉପଭୋକ୍ତା କମିଟିର ପକ୍ଷରୁ ମନୋରଞ୍ଜନ ନାୟକ, ସେକ ଆତାରଉଦ୍ଧିନ୍ ଅହମ୍ମଦି , ମହେନ୍ଦ୍ର କୁମାର ମହାପାତ୍ର, ବ୍ରଜକିଶୋର ପଟ୍ଟନାୟକ, ବଳରାମ ରାଉତ, ପଙ୍କଜ କୁମାର ଯେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ମନୋରଞ୍ଜନ ସ୍ବାଇଁ ଅଜୟ କୁମାର ଦାସ, ନାରାୟଣ ବିନ୍ଧାଣୀ, ଅରବିନ୍ଦ ମହାରଣା ସୁଦର୍ଶନ ଜେନା.ପରକ୍ଷିତ ମଲ୍ଲିକ, ବିଦ୍ୟାଧର ଯେନା, ବାପି ପଣ୍ଡା, ସତ୍ୟାନନ୍ଦ କାଣ୍ଡି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି କହିଲେ ଟି,ପି, ଏନ,ଓ, ଡ଼ି, ଏଲ, ଯାଜପୁର ରୋଡ ସର୍କଲ ପକ୍ଷରୁ ବିନା କାରଣ ରେ ଘରେ ଘରେ ପଶି ଜରିମାନା କରିବା ସହିତ ବିଦ୍ୟୁତ ଗ୍ରାହକ ମାନଙ୍କୁ ଦୃବ୍ୟବହାର କରିବା, ଜୋର ଜବରଦସ୍ତ ଠିକ ଥିବା ମିଟର କୁ ନେଇଯାଇ ସ୍ମାର୍ଟ ମିଟର ଲଗାଇବା ଦ୍ୱାରା ପୂର୍ବ ବିଲ୍ ଠାରୁ ଦୁଇଗୁଣ ଏକ ଗ୍ରାହକ ଶୋଷଣ ନୀତି କୁ ଦୃଢ ବିରୋଧ କରିବା ସହିତ ସରକାର ଟାଟା ପାୱାର କୁ ଆର୍ଥିକ ସହାୟତା ଦେଇ ସରକାରି ଅର୍ଥ ରୁ ବିଦ୍ୟୁତ୍ ଉପଭୋକ୍ତା ନିମନ୍ତେ ସ୍ମାର୍ଟ ମିଟର ସଂଯୋଗ ବିଜେପି ସରକାର୍ ର ଅପାରଗତାକୁ ଦୃଢ଼ ସମାଲୋଚନା କରିଥିଲେ । ଏହାକୁ ବିରୋଧ କରି ଜିଲ୍ଲା ର ୧୦ ଗୋଟି ବ୍ଲକ ଓ ୨ ଗୋଟି ପୋୖରାଞ୍ଚଳ ର ଉପଭୋକ୍ତା ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ କନଭେନସନ ଓ ଯାଜପୁର ରୋଡ ସର୍କଲ କୁ ଘେରାଉ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।
