ଭାରତୀୟ ମଜ଼ଦୂର ସଂଘ କଳାହାଣ୍ଡି ଦ୍ୱାରା ସମ୍ଭର୍ଦ୍ଧିତ ଡ଼ା. ବିରଞ୍ଚି ନାରାୟଣ ପଣ୍ଡା କଳାହାଣ୍ଡି :(କିଶନ ଶର୍ମା)-ଭାରତୀୟ ମଜ଼ଦୂର ସଂଘ ର ସକ୍ରିୟ କାର୍ଯ୍ୟକର୍ତା ତଥା ଜ଼ିଲ୍ଲାର ଜଣେ ସୁନାମ ଧନ୍ୟ ମିଷ୍ଟଭାସି, ପ୍ରତ୍ୟକ୍ଷ ବାଦୀ ଏକା ଧାରରେ ଜଣେ ସମାଜସେବୀ ଓ ରାଜନୀତିଜ୍ଞ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଣ୍ଡା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରା ନିବାସୀ ଅଟନ୍ତି l ତାଙ୍କର ନିଷ୍ଠା ପର ସେବା ଓ ସଂଗଠନାତ୍ମକ ବିରଳ ଗୁଣକୁ ପରକ୍ଷୀ ଭାରତ ଭରଚୁଆଲ ଓପେନ ଇ ଡୁ କେସନ ୟୁନିଭେର୍ସିଟି ଓମାଲୟା ୟୁନିଭେର୍ସିଟି ର ମିଳିତ ଉଦ୍ୟମରେ ତଥା ନୀତି ଆୟୋଗ ର ସୁପାରିଶ କ୍ରମେ ଓଡିଶା ଜଗନ୍ନାଥ ଧାମ (ପୁରୀ) ସ୍ଥିତ ବିଷ୍ଣୁ ଭବନ ଠାରେ ଶ୍ରୀ ପଣ୍ଡାଙ୍କୁ “ଜୀବନ ଗୌରବ ପୁରସ୍କାର ” Life time achievement Award ପ୍ରଦାନ ପୂର୍ବକ “ଡାକ୍ତର “ଉପାଧିରେ ଭୂଷିତ କରି ସ୍ବର୍ଣ୍ଣ ଫଳକ ସହିତ ଏକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଡ୍ର. ପଣ୍ଡାଙ୍କର ଏତାଦୃଶ କାର୍ଯ୍ୟକଳାପ କୁ ପ୍ରଶଂସା କରି ଭାରତୀୟ ମଜ଼ଦୂର ସଂଘ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଇରିଗେସନ କଲୋନୀ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଡ. ପଣ୍ଡା ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଡ଼ା. ପଣ୍ଡା ପିଲାଟି ଦିନରୁ ବିଭିନ୍ନ ସଂଗଠନ ସହିତ ଯୋଡି ସମାଜ ସେବା କ୍ଷେତ୍ରରେ ତନ, ମନ ଓ ଧନ ଦେଇ ନିଷ୍ଠା ର ସହିତ ଏଯାବତ ତାଙ୍କର ସମାଜସେବା କାର୍ଯ୍ୟକ୍ତ୍ରମ ଜାରି ରଖିଛନ୍ତି. ଏହି ସମ୍ଭର୍ଦ୍ଧନା ସଭାରେ ଭାରତୀୟ ମଜ଼ଦୂର ସଂଘର ଜିଲ୍ଲା ସଭାପତି, ସମ୍ପାଦକ ଓ ଏହି ସଂଘ ସହିତ ଅନୁବନ୍ଧିତ ବିଭିନ୍ନ ସଂଗଠନ ର ସଦସ୍ୟ ମାନଙ୍କ ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସା ଉପସ୍ଥିତ ରହି ସମ୍ଭର୍ଦ୍ଧନା ଦେଇଥିଲେ l ଏହି ସମ୍ବର୍ଦ୍ଧନା ସଭା କୁ ଜିଲ୍ଲା ସଭାପତି ଡୋଳାମଣି ସାହୁ ପରିଚାଳନା କରିଥିବା ବେଳେ ସମ୍ପାଦକ ଲୋଚନ ସାହୁ ଧନ୍ୟବାଦ ବାଦ ଅର୍ପଣ କରିଥିଲେ l
