ରାଜ୍ୟରେ 118 ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ବୌଦ୍ଧ (ନି ପ୍ର ) ସମ୍ପ୍ରତି ରାଜ୍ୟ ସରକାର ରାଜ୍ୟ ରେ 118ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆଭାସି ମାଧ୍ୟମ ରେ ଏହି କାର୍ଯ୍ୟକ୍ରମ ଗୋଦାବରୀଶ ମିଶ୍ର ଙ୍କ ଜନ୍ମ ସ୍ଥଳୀ ବାଣପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମ ରେ ଉଦଘାଟନ ହୋଇ ଯାଇଛି ଏଥିରେ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥି ମଧ୍ୟ ରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାଂସଦ ପୁରୀ ଓ ମାନ୍ୟବର ବିଧାୟକ ଗଣ ଏବଂ ଓଡିଶା ସରକାର ଙ୍କ ମୁଖ୍ୟ ସଚିବ ମାନନୀୟା ଅନୁଗର୍ଗ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥଲେ ବୌଦ୍ଧ ଜିଲ୍ଲା ରେ 2ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ଜ଼ିଲ୍କା ର କଣ୍ଟାମାଲ ବ୍ଲକ ର ଲୋକପଡ଼ା ଠାରେ ମାନ୍ୟବର ବିଧାୟକ କହେଁଇ ଚରଣ ଡାଙ୍ଗ ଓ ଜିଲ୍ଲା ଶିକ୍ଷା ଲ ଅଧିକାରୀ ଟେମଲାଲ ଦୁବେ ଙ୍କ ଉପସ୍ଥିତି ରେ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଉଦଘାଟନ ହେଇଯାଇଛି ଠିକ ସେହିପରି ହରଭଙ୍ଗା ବ୍ଲକ ଭେଜିଗୋରା ଠାରେ ମାନ୍ୟବର ବିଧାୟକ ସରୋଜ ପ୍ରଧାନ ଓ ଜିଲ୍ଲାପାଳ ମାନ୍ୟବର ବିଭୁତି ଭୂଷଣ ନାଏକ ଗୋଷ୍ଠି ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଙ୍କ ଉପସ୍ଥିତି ରେ ଶହ ଶହ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଓ ଶିକ୍ଷା ପ୍ରେମୀ ଙ୍କ ଉପସ୍ଥିତି ରେ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି
