ତହସିଲ ପକ୍ଷରୁ ପଥର ବୋଝେଇ ଡ଼ମ୍ଫର ଜବତ
ସୋର,୩/୧(ନିପ୍ର, ଜ୍ୟୋତିପ୍ରକାଶ, ଭଞ୍ଜଦୂତ): ସୋର ତହସିଲ ପକ୍ଷରୁ ଚଢାଉ କରାଯାଇ ଏକ ବେଆଇନ ପଥର ବୋଜେଇ ଡମ୍ଫର ଜବତ କରାଯାଇଥିବା ଜଣାପଡିଛି। ସୁଚନାଯୋଗ୍ୟ ଆଜି ମଧ୍ୟାହ୍ନରେ ପଥର ଲୁଟ ଚାଲିଥିବାର ଖବର ପାଇ ସୋର ତହସିଲଦାର ଦୈତାରି ମଲି୍କ ସୋର ଥାନା ବରଫ କଳ ଛକ ନିକଟରେ ଅଚାନକ ଚଢାଉ କରିଥିଲେ। ଏହି ସମୟରେ ବେଆଇନ ଭାବେ ଓଆର ୧୬ ଡି ୩୨୧୭ ନମ୍ବର ବିଶିଷ୍ଟ ଏକ ପଥର ବୋଝେଇ ଡମ୍ଫର ବାଗୁଡି ରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଉକ୍ତ ଗାଡିକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।
