ଡ଼ ପ୍ରସନ୍ନ ଦଳାଇଙ୍କୁ ସାରସ୍ୱତ ସମ୍ମାନ।
କବିସୂର୍ଯ୍ୟନଗର -କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅତି ନିପଟ ମଫସଲ ଗାଁ ନନ୍ଦିଆଗଡ଼ ରୁ ଜନ୍ମିତ ଡ଼ ପ୍ରସନ୍ନ ଦଳାଇ ଇଁରାଜୀ କବିତା ଲେଖି ବିଶ୍ୱଦରବାରରେ ପରିଚିତ। ତାଙ୍କର ଉଚ୍ଚକୋଟିର ଇଁରାଜୀ କବିତା ପାଇଁ ସେ ବିଶ୍ୱର ବିଭିନ୍ନ ଦେଶ ରୁ ବହୁବାର ସମ୍ମାନୀତ ହୋଇଛନ୍ତି।ଜଣେ ଆଦର୍ଶ ଇଁରାଜୀ ଅଧ୍ୟାପକ ଭାବେ ସୁପରିଚିତ।ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି।ମାନସିଂହ ସାହିତ୍ୟ ସଂସଦ,ନାଳନ୍ଦା, ପାରିକୁଦ, ପୁରୀ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ତାଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମ ରେ ଅତିଥି ମଧ୍ୟରେ କବି ସମାଲୋଚକ ଡ଼ ଦିଲ୍ଲୀପ କୁମାର ସ୍ୱାଇଁ,କଥାକାର ଡ଼ ଅଜୟ ସ୍ୱାଇଁ,ଗାଳ୍ପିକ ଇଁ ଅଜୟ ମହାପାତ୍ର,ବରିଷ୍ଠ ସାହିତ୍ୟକ ଚିତ୍ତରଞ୍ଜନ ପଣ୍ଡା,ଗାଲ୍ଲିପ ଡ଼ ସ୍ମୃତି ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ପୌରହିତ୍ୟ କରିଥିଲେ ମାନସିଂହ ସାହିତ୍ୟ ପରିଷଦର ସଭାପତି ବିଷ୍ଣୁପ୍ରସାଦ ଦଳାଇ କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
