ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ।
ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବନ୍ତ ଠାରେ ଆଜି ୨୯ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇ ଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ଆଳି ବିଧାୟକ:- ଶ୍ରୀଯୁକ୍ତ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ ଆହ୍ବାନ କ୍ରମେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ:- ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ୍ ଉପାଧ୍ୟକ୍ଷ:-ପ୍ରଗତି ବାଳା ସ୍ବାଇଁ,ବିଜେଡ଼ି ଜିଲ୍ଲା ଉପ ସଭାପତି:- ପ୍ରଶାନ୍ତ କୁମାର ଦାସ,ବିଜେଡ଼ି ରାଜ୍ୟ ଯୁବ ସାଧାରଣ ସମ୍ପାଦକ, ବିଜେଡ଼ି ରାଜ୍ୟ ଛାତ୍ର ବରିଷ୍ଠ ଉପ ସଭାପତି,ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ବ, ଆଗ ଧାଡିର ସଙ୍ଗଠକ,ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳର ଛାମୁଆଁ ନେତୃମଣ୍ଡଳୀ ଙ୍କ ସମେତ ତୃଣମୂଳ ସ୍ତରର କର୍ମକର୍ତ୍ତା ଓ ସମସ୍ତ ଗ୍ରାମ ପଞ୍ଚାୟତ ର ଦଳୀୟ ସଭାପତି ଓ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ବିଜୁ ଜନତା ଦଳର ସୁପ୍ରିମୋ:-ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ଦିନରେ ଶଙ୍ଖ ସଙ୍ଗଠନ ଆହୁରି ମଜଭୂତ ହେବା ସହିତ ସାଧାରଣ ଜନତାଙ୍କ ସମସ୍ୟା ର ସମାଧାନ ପାଇଁ ଶଙ୍ଖ ସଙ୍ଗଠନ ର ସୈନିକ ଗାଁ ଠାରୁ ବ୍ଲକ୍ ଏବଂ ଜିଲ୍ଲା ଠାରୁ ରାଜଧାନୀ ଭୁବନେଶ୍ବର ର ରାଜରାସ୍ତା ଯାଏଁ ଲଢେଇ ଜୋରଦାର ହେବ ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ ଧାନ କିଣାବା ଠାରୁ ଆରମ୍ଭ ଧନ ମଣ୍ଡିରେ ଦଲାଲ୍ ରାଜ୍ ହେଉ କି ସ୍ମାର୍ଟ ମିଟର ଆଳରେ ଘରୋଇ କମ୍ପାନୀ ର ହିତାଧିକାରୀ ଙ୍କ ଉପରେ ଜୁଲମ ଅବା ରାସନ୍ କାର୍ଡ କାଟିବା ହେଉ ଅବା ପାଚିକା ସହାୟିକାଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ସାଧାରଣ ଜନତାଙ୍କ ସମସ୍ୟା ର ସମାଧାନ ହକ୍ ଅଧିକାର ପାଇଁ ଲଢେ଼ଇ ସଂଗ୍ରାମ କରିବା ପାଇଁ ଶଙ୍ଖ ସଙ୍ଗଠନ ର ସୈନିକ ତୃଣମୂଳ ସ୍ତରର କର୍ମକର୍ତ୍ତା ସଦାସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରେ ମତପ୍ରକାଶ କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ..!!
