ନୂପୁର ଏକାଡେମୀ ତରଫରୁ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ବାଲେଶ୍ଵର ଜିଲ୍ଲା ସୋରର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଏକାଡେମୀ, ନୂପୁର ଏକାଡେମୀ ତରଫରୁ ବାର୍ଷିକ ଉତ୍ସବ ନୂପୁର ନବମୀ ସୋର ଫନିକ୍ସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଭାପତି ନାରାୟଣ ସନ୍ଦିବିଗ୍ରହ ଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ମାଧବ ଧଡା, କଟକରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଅଂଶୁମାନ ମିଶ୍ର ସମ୍ମାନୀତ ଅତିଥି ଭାବେ ଉକ୍ତ ସଭାରେ ଯୋଗଦେଇଥିଲେ । ଏକାଡେମୀ ତରଫରୁ ୭୦ ଜଣ ବିଭିନ୍ନ ବର୍ଗର ନୃତ୍ୟ ଶିଳ୍ପୀ ମାନଙ୍କୁ ନେଇ ମଙ୍ଗଳାଚରଣ, ବଟୁ, ବକ୍ରତୁଣ୍ଡ, ଦଶାବତାର ପ୍ରଭୃତି ଓଡ଼ିଶୀ ନୃତ୍ୟ ସହ ଅନ୍ୟାନ୍ୟ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ବିଧାୟକ ଶ୍ରୀ ଧଡା ଙ୍କ ସହ ନୃତ୍ୟ ଗୁରୁ ଶ୍ରୀ ମିଶ୍ର ନୃତ୍ୟ ଶିଳ୍ପୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କଟକରୁ ଆସିଥିବା ଉପସ୍ଥାପିକା ଅଭିନନ୍ଦା ଆଚାର୍ଯ୍ୟ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ। ଫନିକ୍ସ ସ୍କୁଲ ର ପରିଚାଳନା ନିର୍ଦ୍ଦେଶକ ବିଭୁଦତ୍ତ ଦାସ ଓ ତାଙ୍କ ସହ ଧର୍ମିଣୀ ଲିପ୍ସିତା ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେଇଥିଲେ। କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରାଇବାରେ ଶଶିକାନ୍ତ ସନ୍ଦିବିଗ୍ରହ, ଅଙ୍କିତା ସନ୍ଦିବିଗ୍ରହ, ମିଳନ ସନ୍ଦିବିଗ୍ରହ ଓ ଅଙ୍କିତା ଅଗ୍ରୱାଲ ସହଯୋଗ କରିଥିଲେ। କାର୍ଯ୍ୟ କ୍ରମ ଶେଷରେ ନୂପୁର ନୃତ୍ୟ ଅନୁଷ୍ଠାନ ର ନିର୍ଦେଶିକା ମିତାଲି ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ସୁନ୍ଦର ରୂପେ ଆୟୋଜନ କରିବାରେ ସହଯୋଗ ପାଇଁ ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ, ଫନିକ୍ସ ସ୍କୁଲ କର୍ତୃପକ୍ଷ ଙ୍କ ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
