ରେଢ଼ାଖୋଲ ଉପଖଣ୍ଡରେ ବଙ୍ଗଳାଦେଶୀ ଓ ଝାରଖଣ୍ଡି ଅନୁପ୍ରବେଶକାରୀ ଦୌରାତ୍ମ୍ୟ କୁ ନେଇ ଦାବୀ ପତ୍ର।
ରେଢ଼ାଖୋଲ ୨୩.୧୨(ଭଂଜଦୂତ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ବଙ୍ଗଳାଦେଶୀ ଏବଂ ଝାରଖଣ୍ଡି ଅନୁପ୍ରବେଶକାରୀ ମାନଙ୍କ ଦୌରତ୍ମ୍ୟ ବୃଦ୍ଧି ପାଇବାକୁ ବସିଛି। ଏଥିରେ ରେଢ଼ାଖୋଲ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମଙ୍ଗଳବାର ଦିନ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ରେଢ଼ାଖୋଲ ଉପଖଣ୍ଡରେ ଗତ କିଛି ବର୍ଷ ହେବ ବାଙ୍ଗଳାଦେଶୀ ଓ ଝାରଖଣ୍ଡି ଅନୁପ୍ରବେଶକାରି ଙ୍କ ସଂଖ୍ୟା ଅଶାଚିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏ ସଂପର୍କରେ ଆପଣ ନିଶ୍ଚିତ ଭାବେ ହୃଦବୋଧ କରୁଥିଲେ । ଏପରିକି ଶହଶହ ସଂଖ୍ୟାରେ ବଙ୍ଗଲାଦେଶୀ ଅନୁପ୍ରବେଶ କାରୀ ଆସି ରାଜମିସ୍ତ୍ରୀ, ଫେରିବାଲା, କବାଡିବାଲା ନାମରେ ବିଭିନ୍ନ ବ୍ୟବସାୟ ଆରମ୍ଭ କରି ଦିନକୁ ଦିନ କାୟ ବିସ୍ତାର କରିବାରେ ଲାଗିଛନ୍ତି। ଏପରକି ଅନେକ ସମୟରେ ଏହି ଅନୁପ୍ରବେଶକାରୀ ମାନେ ବିଭିନ୍ନ ପ୍ରକାର ଅପରାଧ ମୂଳକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ନଜିର ରହିଛି । ଫଳରେ ଅଂଚଳରେ ଚୋରୀ ଡକାୟତି ଏବଂ ଅନ୍ୟାନ୍ୟ ଅପରାଧ ମୂଳକ କାର୍ଯ୍ୟକଳାପ ବୃଦ୍ଧି ପାଇ ଜନସାଧାରଣ ଙ୍କ ଦୈନନ୍ଦିନ ଜୀବନରେ କ୍ଷତି ସହ୍ୟ କରିବା ସହିତ ଭୟଭିତ ହୋଇ କାଳାତିପାତ କରୁଛନ୍ତି । ସେହିପରି ଝାରଖଣ୍ଡ ସମେତ ଦେଶର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଅନୁପ୍ରବେଶ କାରୀ ମାନେ ଆସି ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲ କୁ ପଦା କରି ଜମି ନିର୍ମାଣ କରି ସ୍ଥାୟୀ ବସତି ସ୍ଥାପନ କରିବାରେ ଲାଗିଛନ୍ତି । ଫଳରେ ରେଢ଼ାଖୋଲ ର ଅମୁଲ୍ୟ ବନସଂପଦ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଏପରିକି ସଂପୃକ୍ତ ଅନୁପ୍ରବେଶ କାରୀ ମାନେ ଆଧାରକାର୍ଡ ଓ ଭୋଟର କାର୍ଡ ତିଆରି କରି ସମସ୍ତ ସରକାରୀ ଯୋଜନାରୁ ଲାଭ ଉଠାଉଛନ୍ତି। ଯଦ୍ୱାରା ସ୍ଥାନୀୟ ଲୋକ ମାନେ ସେଥିରୁ ବଂଚିତ ହେଉଛନ୍ତି। ଏଭଳି କାର୍ଯ୍ୟକଳାପ କୁ ନେଇ ଜନସାଧାରଣ ରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ଦେବାନନ୍ଦ ପ୍ରଧାନ, ତୁଷାରକାନ୍ତି ପ୍ରଧା
