*ନୂଆପଡା ଜିଲ୍ଲାପାଳଙ୍କ ଉଠାଜଳସେଚନ ବିଭାଗ କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ* l
ନୂଆପଡା(ମିଖାଏଲ ନନ୍ଦ)
ତା ୨୦ |୧୨ |୨୫
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଉଠାଜଳସେଚନ ବିଭାଗ କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରସନ୍ନ କୁମାର ସେଠୀ ବିଭାଗର କାର୍ଯ୍ୟ ଖସଡ଼ା ଓ ସଫଳତାର ବିବରଣୀ ଉପସ୍ଥାପନ କରିଥିଲେ l ଜିଲ୍ଲାପାଳଙ୍କ ପୂର୍ବ ମାସିକ ସମୀକ୍ଷା ବୈଠକରେ ୧୦୦୦ ଟି ନୂତନ ଭାବରେ ଖନନ ହୋଇଥିବା ସୌର ଚଳିତ ଗଭୀର ନଳକୂପରେ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା l ବର୍ତମାନ ପର୍ଯ୍ୟନ୍ତ ୧୦୦୦ ଟି ମଧ୍ୟରୁ ୫୫୦ଟି ସୌର ପ୍ୟାନେଲ ସ୍ଥାପନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇ ସାରିଛି l ଅବଶିଷ୍ଟ ସୌର ଚାଳିତ ଗଭୀର ନଳକୂପ ଗୁଡିକରେ ସୌର ପ୍ୟାନେଲ କାର୍ଯ୍ୟ ଅତି ଶୀଘ୍ର ସମାପ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ I ପୂର୍ବରୁ ଅଚଳ ହୋଇ ପଡିଥିବା ୩୦ ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପକୁ ଓଡିଶା ଉଠା ଜଳସେଚନ ବିଭାଗ ଦ୍ୱାରା ସଫଳତାର ସହିତ ପୁନରୁଦ୍ଧାର କରାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ୬୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆ ଯାଇ ପାରିଛି l ଶେଷରେ କେତେ ଗୋଟି ସଫଳ ଉଠା ଜଳସେଚନ ପ୍ରକଳ୍ପର PPT ପ୍ରଦର୍ଶନ କରାଯାଇଥିଲା l ବୈଠକରେ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁକ୍ଷାତ ଦେବ ପରିଡ଼ା, ଉଠା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ବୁଡ଼ା, ଇ. ସାକ୍ଷୀ ଜୈନ ପ୍ରମୁଖ ଉପସ୍ଥିତ ଥିଲେ |
