*ବୃନ୍ଦାଦେଈପୁର ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ*
ଧର୍ମଶାଳା/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ବୃନ୍ଦାଦେଈପୁର ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । । ସଭା ଆରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ପରେପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସଂଗୀତ ମାଧ୍ୟରେ ମଞ୍ଚକୁ ପାଛୋଟି ନେଇଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁବାଶିନୀ ଶତପଥୀ,ସମ୍ମାନନୀୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା ଓ ସମାଜସେବୀ ନିଷ୍କାନ୍ତ ଖଟୁଆ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ଓ ଗୁରୁଜୀ ମହେଶ୍ୱର ଖଟୁଆ ମଞ୍ଚ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ୨୦୨୫ରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଭଳି ଦୌଡ, ପୁଚିଂ, ଦୌଡି ଡିଆଁ,ଅଖା ଦୌଡ,ମ୍ୟୁଜିକ୍ ଚେୟାର୍,ସ୍ଲୋ ସାଇକେଲ,ତିନି ଗୋଡିଆ ଦୌଡ,ଯୋଗ,ନୃତ୍ୟ ଓ ସଂଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତିତ୍ବ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିବାଗ୍ନୀ ମ୍ୟୁଜିକ୍ ର ସୁନ୍ଦର ସାଉଣ୍ତ ପରିବେଷଣ କରିଥିବା ବେଳେ ସାଜସଜା ଓ ନୃତ୍ୟ ପରିବେଷଣରେ ନୃତ୍ୟ ଗୁରୁଜୀ ସୁରେଶ କୁମାର ଜେନା,ପଙ୍କଜିନୀ ଗୁରୁମା ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନର ଶିକ୍ଷକ ବିଶ୍ୱାନାଥ ଟୁଡୁ,ମେଘନାଥ ଶତପଥୀ,ସୁରେଶ କୁମାର ଜେନା, ଶିକ୍ଷୟତ୍ରୀ ପଙ୍କଜିନୀ ମଲିକ ପ୍ରମୁଖ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,କର୍ମଚାରୀ ସହଯୋଗ କରିଥିଲେ। ସଭାପତି ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
