ବୌଦ୍ଧ : ଆଜି ମାହେଶ୍ୱରୀ ସଂସ୍କୃତି ଭବନ, ବୌଦ୍ଧ ରେ ଜ଼ିଲ୍ଲା ର ସାତ ଟି କୃଷକ ଉତ୍ପାଦକ ସଂଗଠନ ( ଏଫ. ପି. ଓ ) ର 24 ଜଣ ଉପସ୍ଥିତ ଥିଲେ l
ବୌଦ୍ଧ ଜ଼ିଲ୍ଲା ରେ, ଚାଷ, ଚାଷୀ ର ଉନ୍ନତି ନ ହେବା କଥା ବହୁ ମାତ୍ରା ରେ ଦାଦନ ଯିବାର ର ମୂଳ କାରଣ ଖୋଜିବା ପାଇଁ, ତର୍ଜମା ଓ ଆଲୋଚନା ହେଲା l
ଯେହେତୁ, ଖରିଫ ଚାଷ ଉପରେ, ସମସ୍ତ ଚାଷୀ ନିର୍ଭର କରନ୍ତି l କିଛି ବର୍ଷ ହେଲା, ଧାନ ବିହନ ର 1001, 1009, 1061, BB – 1 ଫେଲ, ଓ ପୂଜା ମିଶ୍ରି ବିହନ ଯୋଗୁଁ, ଚାଷୀ ଫେଲ ମାରୁଛି l
ଏଥିପାଇଁ, ବରିଷ୍ଠ ବିଶାରଦ, ତଥା, ଜାତୀୟ ଧାନ ଗବେଷଣା କେନ୍ଦ୍ର, ବିଧ୍ୟାଧର ପୁର, କଟକ ଙ୍କ ସଙ୍ଗେ ଯୋଗାଯୋଗ କରି ନିଷ୍କର୍ଷ ବାହାର କରି, କେଉଁ ଜମିରେ, କେଉଁ ବିହନ, ଚାଷୀ କରିବ ଜଣାଇବା ଆବଶ୍ୟକ ବୋଲି KVK, ପାଲଝlର ସଚେତନ କରାଇବା ଆବଶ୍ୟକ l
ସବୁ ସ୍ଥାନରେ, ଡ଼ାଳୁଅ ଧାନ ଚାଷ ମଧ୍ୟ ହୋଇ ପାରୁନାହିଁ l
ସେଥିପାଇଁ, ରବି ଫସଲ, ପନିପରିବା ଚାଷ, ତୈଳ ବୀଜ ଚାଷ, ମାଛ ଚାଷ ଓ ଗୋପାଳନ, ଆଦି ସରକାରଙ୍କ ର ଯୋଜନା ଅନୁସାରେ ଦୃଷ୍ଟି ଦେବା ଆବଶ୍ୟକ l କିନ୍ତୁ ସରକାରୀ କର୍ମଚାରୀଙ୍କର ଉଦାସୀନତା ତଥା ଅନାଗ୍ରହ ଯୋଗୁଁ, ସରକାର ଙ୍କ ର ଯୋଜନା ଚାଷୀ ପାଖରେ ପହଂଚି ପାରୁନାହିଁ l
ମାଛ ଚାଷ ନାଁ ରେ, ପ୍ରାୟ ଚାଷ ଜମି ନଷ୍ଟ ହେଉଛି l ମାଛ ଚାଷ ନାହିଁ, ପୋଖରୀ କାମକୁ ନାଇଁ, ଯୋଜନା ଫେଲ ମାରିଛି l
ଵାଣିଶ୍ରୀ FPO, ର ମଞ୍ଜୁ ଦିଦି ମତ ରଖିଲେ ଯେ, ସରକାର ଙ୍କ ର ଯୋଜନା ରେ ଅଣଧାନ ସମ୍ପର୍କୀୟ କାର୍ଯ୍ୟକ୍ରମ ( CDP ) କୁ, ପରିଦର୍ଶନ, ତଦାରଖ, ମେସିନ କୁ ସ୍ଥାପନ କରିବା କଥା, ତାହା ହୋଇ ପାରୁନାହିଁ କି ଜ଼ିଲ୍ଲା ର କୃଷି ଅଧିକାରୀ ଙ୍କୁ ଫୋନ୍ କଲେ ମଧ୍ୟ ଉତ୍ତର ନାହିଁ l ଯାହା ଦ୍ୱାରା, ସରକାର ଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଯୋଜନା ଫେଲ ମାରିଲା l
ବିନା କାରଣ ରେ ଜାଗା ମାଡି ବସିଛି l ଯାହା କି ଏକ ମୁଣ୍ଡ ବଥା ର କାରଣ ଅଟେ l
Community based Organisation ( CBO ) ମଧ୍ୟ ସମାନ ଅବସ୍ଥା l
ମାଧପୁର ରେ ଉଦ୍ୟାନ କୃଷି ବିଭାଗ ତରଫରୁ 30 କୁଇଣ୍ଟାଲ ଆଳୁ ବିହନ ନଷ୍ଟ ହେବାକୁ ବସିଲାଣି l ଚାଷୀ ଙ୍କୁ ଆଳୁ ବିହନ ଦେଉନାହାନ୍ତି କି, ଆଳୁ ଚାଷ ପାଇଁ ଆଉ ସମୟ ନାହିଁ l ଶେଷରେ, ତାହା ହାଟ ରେ ବିକ୍ରି ହେବ l ସରକାରଙ୍କର ଆଳୁ ମିଶନ, ଯୋଜନା ଫେଲ ହେବl ନିଶ୍ଚିତ l
ସାଲୁଁକି ଏଫ. ପି. ଓ ର ଅବସରପ୍ରାପ୍ତ ଗୋଷ୍ଠି କୃଷି ଅଧିକାରୀ କହିଲେ ଯେ, ରାଜ୍ୟ ବିହନ ନିଗମ, ର ବିହନ
ବିଶାରଦ ଅଫିସର ଓ ବିହନ ମାନ ନିର୍ଧାରଣ ଅଫିସର ବିହନ ପାଇଁ, ଉପଯୁକ୍ତ ଧାନ କୁ, ପ୍ରୋସେସ୍ସିଂ ପାଇଁ ଜାତୀୟ ବିହନ ଗବେଷଣା କେନ୍ଦ୍ର, କଟକ, କୁ ଚୟନ କରିବା ପାଇଁ ପଠାଇବା କଥା l
ଏହା କରା ନ ଯାଇ, ଧାନ ବିହନ ମିଶ୍ରିତ ବିହନ ବଣ୍ଟନ କରାଯଉଛି l
ଗଡଜାତ ଏଫ. ପି. ଓ ର ସୀତାକାନ୍ତ ଭାଇ କହିଲେ ଯେ, ଭ୍ରମ୍ୟମାଣ ମୃତିକା ପରୀକ୍ଷା ଭେନ କୁ ତ୍ବରାନୀତ କରି, କୀଟନାଶକ ସିଞ୍ଚନ କରିବା ପାଇଁ ଦ୍ରୋନ ର ବ୍ୟବହାର ସରକାର ଙ୍କ ଯୋଜନା ଥାଇ ମଧ୍ୟ କାର୍ଯ୍ୟକାରୀ ହେଉ ନାଇ l
ଵାଣିଶ୍ରୀ ଏଫ ପି ଓ ର ମଞ୍ଜୁ ଦିଦି ଙ୍କ ମତ ଅନୁସାରେ, ଜ଼ିଲ୍ଲା ର ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ତଥା ଡି.ଡି. ଏମ, ନାବାର୍ଡ ଙ୍କୁ whatsaap group ରେ ଯୋଡ଼ା ଯାଉ l
ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା, ଜ଼ିଲ୍ଲା ମହୋତ୍ସବ ରେ 4 ତାରିଖ ରେ ହେବାକୁ ଥିବା, କୃଷି ସମ୍ପର୍କିତ କର୍ମଶାଳା, ରେ 200 ଗ୍ରାମାଞ୍ଚଳ ଚାଷୀଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଯୋଜନା ହୋଇଛି l
ଏଣୁ ଏବେଠୁ, ସମସ୍ତ ଏଫ. ପି. ଓ. ଚାଷୀଙ୍କୁ ଚୟନ କରି ଆଣିବା ପାଇଁ, ଆବାହକ, କୃତିବାସ ଭାଇ କଥା ରଖିଲେ l
ଏହି କାର୍ଯ୍ୟକ୍ରମ ରେ, ସମସ୍ତ କୃଷି ସମ୍ପର୍କିତ ରାଜ୍ୟ ନିର୍ଦ୍ଦେଶକ, Principal Seretary ଓ ଡି. ଡି. ଏମ, ନାବାର୍ଡ ଙ୍କୁ ଯୋଗାଯୋଗ କରିବା ପାଇଁ ଆଲୋଚନl ହେଲା l
ଆଗାମୀ ଦିନରେ ମିଟିଙ୍ଗ,ଟ୍ରେନିଙ୍ଗ, ଏକ୍ସପୋଜର ପରିଦର୍ଶନ ତଥା ଅଧିବେଶନ କୁ ଓଡ଼ିଆ ରେ ଲେଖି, ସାତ ଦିନ ମଧ୍ୟରେ ଦିଆଯାଉ ଓ ତାକୁ କାର୍ଯ୍ୟକାରୀ କରାଯିବାକୁ ମତ ପ୍ରକାଶ ପାଇଲା l
ସରକାର ଙ୍କ ସମସ୍ତ ଯୋଜନା, ତଳ ସ୍ତରରେ ଚାଷୀଙ୍କ ପାଖରେ ପହଂଚୁ, ଏଥିପାଇଁ ତାରିଖ 28.11.25, ମୀଟିଙ୍ଗ ରେ ଆଲୋଚନା ଅନୁଯାଇ ସମସ୍ତ ସରକାରୀ ଅଧିକାରୀ ତତ୍ପର ହୋଇ 3 ମାସ ମଧ୍ୟରେ, ସରକାରୀ ଯୋଜନା ଚାଷୀ ଙ୍କ ପାଖରେ ପହଂଚୁ, କୃଷି ସମ୍ପର୍କିତ ସମସ୍ତ ଅଧିକାରୀ ତତ୍ପର ରହିବାକୁ ଆଗ୍ରହ ରହିବାକୁ ଆଗ୍ରହ ରଖାଗଲା l
2016 ମସିହାରେ, କେନ୍ଦ୍ର ସରକାର ଏଫ. ପି. ଓ ଗଠନ କରିଥିଲେ ମଧ୍ୟ, ସରକାରଙ୍କ ଯୋଜନା ପୁଙ୍ଖାନୁପୁଙ୍ଖ ଆଲୋଚନା କରି, କାର୍ଯ୍ୟକାରୀ ଓ ସହଯୋଗ କରିବାରେ, ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଗଲା l
ଏଫ. ପି. ଓ ଙ୍କ ବର୍ତ୍ତମାନ 3 ମୁଖ୍ୟ ସମସ୍ୟା ଉପରେ ଆଲୋଚନା ହେଲା l
1 – ସରକାରଙ୍କ ଯୋଜନା ବାବଦରେ ଅଜ୍ଞ l
2 – ବିଶାରଦ ପ୍ରଶିକ୍ଷକ ଦ୍ୱାରା ପ୍ରଶିକ୍ଷଣ କରାଯାଉ l
3 – ଆର୍ଥିକ ସହଯୋଗ ର ମାଧ୍ୟମ ଠିକ କରିବା l
କିଛି କହିଲେ, scheem ବାବଦରେ, ଆମର ନିଜର ଜ୍ଞାନ ନାହିଁ, ଚାଷୀ ଙ୍କୁ କଣ ବୁଝାଇବୁ l
KVK, ପାଲଝlର, ଦ୍ୱାରା ହୋଇଥିବା ବିଗତ 2 ଟି ମୀଟିଙ୍ଗ ଓ ଟ୍ରେନିଙ୍ଗ ରେ ଜ଼ିଲ୍ଲା ର ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ଅନୁପସ୍ଥିତ ଥାଇ, ଓ 11 ଟି ଏଫ. ପି. ଓ ଙ୍କ ମଧ୍ୟ ରୁ 6 ଟି ଏଫ. ପି. ଓ. ଙ୍କୁ ଡକାଯାଇ ବୈଠକ କରାଗଲା l
ଏହା ଏକ କାମଚଳl ମୀଟିଙ୍ଗ ଓ ଟ୍ରେନିଙ୍ଗ ବୋଲି ହୃଦୟଙ୍ଗମ ହେଲା ଓ ଚାଷୀ ପ୍ରତି ଅବମାନନା ମନେ କରି, କ୍ଷୋଭ ପ୍ରକାଶ କରାଗଲା l
ପଲ୍ଲୀ ବିକାଶ ଏଫ. ପି. ଓ ଦେଇଥିବା, ନର୍ସରୀ ପ୍ରୋଜେକଟ ପ୍ରପୋଜାଲ କୁ, ସରକାର ଙ୍କ ଯୋଜନା ଥାଇ ମଧ୍ୟ, ଉପ ନିର୍ଦ୍ଦେଷେକ, ଉଦ୍ୟାନ ଅଧିକାରୀ ନ ପଠାଇ, ରଖିଥିବାରୁ, ସମସ୍ତେ କ୍ଷୋଭ ପ୍ରକାଶ କଲେ ଓ ତା. 28.11.25 ମୀଟିଙ୍ଗ ରେ ପଲ୍ଲୀ ବିକାଶ ଏଫ. ପି. ଓ କୁ ସାତ ଦିନ ମଧ୍ୟ ରେ ଫେରାଇ ଦେବାକୁ ମତ ପ୍ରକାଶ ପାଇଥିଲା l ଏହା ଚାଷୀ ପ୍ରତି ହୀନ ମାନ୍ୟତା ଓ ଅସହଯୋଗ ମନେ କରାଯାଇଥିଲା l ସେ ଫେରାଇ ଦେବୁ ବୋଲି ମଧ୍ୟ୍ୟ କଥା ଦେଇଥିଲେ l
ଉପନିର୍ଦେଶକ, ଉଦ୍ୟାନ ବିଭାଗ, ତା. 28.11.25 ରେ ବ୍ୟବହାର ରେ ଚାଷୀ ଙ୍କ ପ୍ରତି ଶାଳୀନତା ର ଅଭାବ ପାରିଲକ୍ଷିତ ଅନୁଭବ ହୋଇ ହୋଇ ଥିଲା l
ସମସ୍ତେ ମୀଟିଙ୍ଗ ଶେଷରେ କରିଥିଲେ ଯେ, ଆଉ ଏ.ଡି. ଚ, ସମ୍ମିଳନୀ କକ୍ଷ ରେ, କୌଣସି ବୈଠକ କୁ, କୌଣସି ଚାଷୀ ଆସିବେ ନାଇଁ l କାରଣ, ଶୌଚାଳୟ ଟି ଅପରିଷ୍କାର ଓ ଇନଫେକ୍ସନ ପ୍ରବଣ ଥିଲା l
ମା, ଭଉଣୀ ଙ୍କୁ ରୋଗ ହୋଇଯିବ l
ଜ଼ିଲ୍ଲାପାଳ ଙ୍କ ଆଗ୍ରହ ଅନୁସାରେ, ଖବର କାଗଜ ରେ ବାହାରୁ ଥିବା ସମସ୍ତ ପ୍ରକାଶିତ ସମ୍ବlଦକୁ, ସରକାରୀ କର୍ମଚାରୀ ଗୁରୁତ୍ୱ ଦେବାକୁ ଆଲୋଚନା ହେଲା l
ଆଗାମୀ ଦିନରେ, ଏଫ. ପି. ଓ ସାର ଲାଇସେନ୍ସ କରିଥିଲେ ମଧ୍ୟ, ବିଗତ ଦିନରେ ଦିଆଯାଉଥିବା ସାର କୁ ଆଉ ଏଫ. ପି. ଓ ମାଧ୍ୟମରେ ଚାଷୀ ଙ୍କୁ ଦିଆଯିବ ନାହିଁ ବୋଲି ଶୁଣିବାକୁ ମିଳୁଛି l ତେଣୁ, କୃଷି ସମ୍ପର୍କିତ ଅଧିକାରୀ ଓ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ ଯେ, ଏହାକୁ ସମାଧାନ ର ବାଟ ବାହାର କରିବା ପାଇଁ ଆଲୋଚନା ହେଲା l ଯାହାଦ୍ୱାରା ସାର କଳା ବଜାରୀ କମିବ l
ଚାଷୀ ଓ ଏଫ. ପି. ଓ ଙ୍କ ର କୌଣସି ଟ୍ରେନିଙ୍ଗ ଓ ମୀଟିଙ୍ଗ ରୁ ସରକାରୀ ଅଧିକାରୀ, ଚାଷୀ ଙ୍କୁ ଅଧା ରୁ ଛାଡ଼ି ଚାଲି ଯିବା, ଏହା, ଚାଷୀ ଙ୍କୁ ଅବମାନନା ଓ ହେୟ ଜ୍ଞାନ ର ନମୁନା ବୋଲି ମତ ପ୍ରକାଶ ପାଇଲା l
ପଲ୍ଲୀ ବିକାଶ, ହରଭଙ୍ଗା ବ୍ଲକ, ର ବି ଟୁ ବି ମୀଟିଙ୍ଗ, ରେ ସରକାରଙ୍କର scheem ଥାଇ ମଧ୍ୟ, ତାଙ୍କର, ଭେନ କୁ ମିଲକ ଭେନ କରିବା ପାଇଁ, ପ୍ରସ୍ତାବ ଦେଇଥିଲେ l
ତା. 30.10.25 ରେ ସେ ବିଷୟରେ, ପଲ୍ଲୀବିକାଶ ଏଫ. ପି. ଓ., ଉପସ୍ଥାପନା କରିବା ସମୟରେ, ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକତ୍ସକ, ମୀଟିଙ୍ଗ କଷ୍ୟ ଛାଡ଼ି ଚାଲି, ଯାଇଥିଲେ l ଏହା ଅଭାଦ୍ରାମୀ ର ନମୁନା ନୁହେଁ କି ?
ତା. 30.10.25 ଓ ତା. 28.11.25 ର ଅଧିବେଶନ କୁ ସାତ ଦିନ ମଧ୍ୟରେ, ଓଡ଼ିଆ ରେ ଲେଖି ସମସ୍ତ ଏଫ. ପି. ଓ,
ଡିନ, ଓ. ୟୁ. ଏ. ଟି, ( ଓଡିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟ, ), ଜ଼ିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିବା ପାଇଁ KVK ର ବରିଷ୍ଠ ବୈଜ୍ଞାନିକ ଙ୍କୁ ଅନୁରୋଧ କରାଗଲା l
ଆଜି ସାତ ହୋଇଥିଲେ ମଧ୍ୟ ମିଳିଲା ନାଇଁ l ମିଳିଥିଲେ ଏଫ. ପି. ଓ. ଫେଡେରେସନ ର ବୈଠକ ରେ, ତର୍ଜମା ହୋଇଥାନ୍ତା l
ଯଦି, ଚାଷ, ଚାଷୀ, ତଥା ଏଫ. ପି. ଓ ଙ୍କୁ ସରକାରୀ ଅଧିକାରୀ ସହଯୋଗ କରିବେ ନାଇଁ, ତାହାହେଲେ, ଆଗାମୀ ଦିନରେ, କୌଣସି ମୀଟିଙ୍ଗ ଓ ଟ୍ରେନିଙ୍ଗ କୁ ଡାକିଲେ, କେହି ଉପସ୍ଥିତ ହେବେ ନାଇଁ, ବୋଲି ମଞ୍ଜୁ ଦିଦି ମତ ରଖିଥିଲେ l
ଶେଷରେ ସମସ୍ତ ଏଫ. ପି. ଓ, ସମାଜ ସେବୀ, ଅତିଥି, ଏଫ. ପି. ଓ ର ଜ଼ିଲ୍ଲା ଫେଡେରେସନ ର ପ୍ରଥମ ବୈଠକ ରେ ମାର୍ଗ ଦର୍ଶନ କରିଥିବାରୁ, କୃତଜ୍ଞତା ଜ୍ଞାପନ କରା ଗଲା l
ଜୈ ଯବାନ, ଜୈ କିଶlନ l
ଭାରତ ମାତା କି ଜୈ, ନାରା ରେ ବୈଠକ ସମାପ୍ତ ହେଲା l
