ସୋରରେ ଧରାପଡିଲା ସାଇକେଲ ଚୋର।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର) ::: ସୋର ପୈରପାଳିକା ଅନ୍ତର୍ଗତ ୨ନମ୍ବର ୱାର୍ଡ ଅଧିନସ୍ଥ କମରପୁର ଗ୍ରାମ ରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଷଷ୍ଠ ଶ୍ରେଣୀର ଛାତ୍ର ନିତ୍ୟାନନ୍ଦ ମହନ୍ତ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ରେ ଭାଗନେବା ପାଇଁ ଖେଳ ପଡିଆ କୁ ଯାଇଥିଲେ। ଖେଳ ପଡିଆ ରୁ ଆସିବା ପରେ ବିଦ୍ୟାଳୟ ରେ ନିଜ ସାଇକେଲ କୁ ପାଇନଥିଲେ। ଏ ବିଷୟରେ ଶିକ୍ଷକ ଙ୍କୁ ଜଣାଇବା ପରେ ସ୍ଥାନୀୟ ପଡିଶା ଙ୍କ ସିସି ଟିଭିରୁ ସାଇକେଲ ଟି ଚୋର ଚୋରି କରୁଥିବାର ଦେଖା ଯାଇଥିଲା। ତତ୍ କ୍ଷଣାତ ବିଦ୍ୟାଳୟ ଅଧକ୍ଷ ରବିନ୍ଦ୍ର ପାତ୍ର ସୋର ଥାନା କୁ ଖବର ଦେବା ସହିତ ସିସିଟିଭି ଆଧାର ରେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ସେହି ସମୟରେ ସାଇକେଲ ଚୋରି କରିଥିବା ବ୍ୟକ୍ତି ଜଣକ ବିଦ୍ୟାଳୟ ଦେଇ ଘରକୁ ଫେରୁଥିବା ସମୟରେ ସ୍କୁଲ କର୍ତୃପକ୍ଷ ତାକୁ ଧରି ପଚାରୁଉଚରା କରିବା ସହିତ ସେ ରହୁଥିବା ଭଡ଼ା ଘରୁ ଚୋରି ସାଇକେଲ କୁ ଉଧାର କରିଥିଲେ। ପରେ ଉକ୍ତ ବ୍ୟକ୍ତି କୁ ପୋଲିସ ରେ ଜିମା ଦେଇଥିଲେ। ସ୍ଥାନୀୟ ଲୋକ ଓ ସ୍କୁଲ କର୍ତୃପକ୍ଷ କହିବା ଅନୁସାରେ ଉକ୍ତ ଅଭିଯୁକ୍ତ ର ନାମ ରଜତ କୁମାର ଦାସ ପିତା ପ୍ରଫୁଲ୍ଲ କୁମାର ଦାସ ଏବଂ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ସୂଚନା ମିଳିଛି ଏବଂ ସେ ଦୀର୍ଘ ଦିନ ହେବ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ଙ୍କ ଘରେ ଭଡା ସୂତ୍ର ରେ ରହି ଆସୁଛନ୍ତି। ଉଲ୍ଲେଖଯୋଗ୍ୟ ବାଲେଶ୍ଵର ଜିଲ୍ଲାର ସୋର ସହର ଗମନାଗମନ ସହ ଅନ୍ୟାନ୍ୟ ଦୃଷ୍ଟିରୁ ଏକ ପ୍ରମୁଖ ସହର ହୋଇଥିବାରୁ ସୋର ବାହାରୁ ଅନେକ ଲୋକ ଆସି ଭଡା ସୂତ୍ର ରେ ସୋର ରେ ରହି ଆସୁଛନ୍ତି। ଏଣୁ ସୋର ଅଞ୍ଚଳରେ ଘର ମାଲିକ ମାନେ ଘର ଭଡା ଦେବା ସମୟରେ ପରିଚୟପତ୍ର ସହ ଅପରାଧିକ ପୃଷ୍ଠ ଭୂମିକୁ ଯାଞ୍ଚ କରି ବାହାର ଲୋକଙ୍କୁ ଭଡା ଦେଲେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ହୁଅନ୍ତା ନାହଁ ବୋଲି ସାଧାରଣରେ ଦାବି ହେଉଛି।
