ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟର ତଦନ୍ତ ଏବଂ ସଡ଼କ ଦୁର୍ଘଟଣାରେ ନିହତ ଛାତ୍ରୀଙ୍କ ପରିବାରକୁ ରେଡ୍କ୍ରସ୍ର ସହାୟତା ।
————–
ଭଦ୍ରକ, (ରିପୋର୍ଟ ଅଜୟ କୁମାର ମଲ୍ଲିକ)
ଆଜି ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ
ରାଉତ୍ ରାଏ ୨୦୨୪-୨୫ ଆର୍ଥିକ ବର୍ଷର କାର୍ଯ୍ୟର ତଦନ୍ତ କରିବା ପାଇଁ ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ ତହସିଲ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସମସ୍ତ ଦସ୍ତାବେଜ ନିରୀକ୍ଷଣ କରିବା ସହ ୨୦୨୪-୨୫ ଆର୍ଥିକ ବର୍ଷ ସମ୍ପର୍କିତ ଖଜାନାର ସଂପୂର୍ଣ୍ଣ ବିବରଣୀ ଗ୍ରହଣ କରିଥିଲେ। ତହସିଲ କାର୍ଯ୍ୟାଳୟ କିପରି ସ୍ଵତଃ ଏବଂ ଦୁର୍ନୀତି ମୁକ୍ତ ହୋଇ ରହିବ ଓ ଜନସାଧାରଣ କିପରି ସହଜ ସୁବିଧା ରେ ସେବା ପାଇଁ ପାରିବେ , ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ତିନି ତର୍ଜମା କରିଥିଲେ।
ଏହା ସହିତ, ଆଜି ଭଣ୍ଡାରୀପୋଖରୀ ଜାତୀୟ ରାଜପଥରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଣ୍ଡାରୀପୋଖରୀ ମହାବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା (ପିତା– ଗୟାଧର ପଣ୍ଡା, ଗ୍ରାମ– ତାଳପଦା)ଙ୍କ ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଥିଲେ। ଏହି ଦୁଃଖଦ ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ୍ ରାଉତରାୟ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ₹୩୦,୦୦୦/- ଟଙ୍କା ନଗଦ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଶୋକାକୁଳ ପରିବାର ବର୍ଗଙ୍କୁ ସାହସ ପ୍ରଦାନ କରିଥିଲେ।
