*ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡିଆଳ ମହୋତ୍ସବ – ୨୦୨୫ ପାଳନ ନେଇ ଶୁଭସ୍ତମ୍ଭସ୍ଥାପନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡିଆଳ ମହୋତ୍ସବ – ୨୦୨୫ ପାଳନ ନେଇ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ ପାଳିତ ହୋଇଯାଇଅଛି। ଅଞ୍ଚଳର ଲୋକ କଳା, ସାହିତ୍ୟ,ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ନେଇ ପ୍ରତ୍ୟେକ ବର୍ଷ ଭଳି ଚଳିତ ମଧ୍ୟ ପାଞ୍ଚ ଦିନ ବ୍ୟାପୀ ମହୋତ୍ସବ ପାଳିତ ହେବ। ଏହି ମହୋତ୍ସବ ଲୋକଙ୍କ ସାହାର୍ଯ୍ୟ, ସହଯୋଗ ଏବଂ ସମର୍ଥନ ବଳରେ କ୍ରମାଗତ ପାଳିତ ହେଉଥିବା ବେଳେ ଯୁବ ଗୋଷ୍ଠୀଙ୍କ ଅଦମ୍ୟ ଉତ୍ସାହ ଓ ଉଦ୍ଦୀପନା ରେ ଦୀର୍ଘାୟୁ କାମନା କରୁଛନ୍ତି। ମହୋତ୍ସବ କୌଣସି ଗୋଷ୍ଠୀ, ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ କେବଳ ରେ ନୁହେଁ। ପ୍ରତ୍ୟେକ ନାଗରିକଙ୍କୁ ନେଇ ପାଳିତ ହୋଇ ଆସୁଥିବା ବେଳେ ଆପଣଙ୍କ ସୁଚିନ୍ତିତ ମତାମତ ମହୋତ୍ସବ ପରିବାରକୁ ନିତାନ୍ତ ଆବଶ୍ୟକ ଅଟେ।।ଆସନ୍ତା କୌଣସି ସରକାରୀ ଛୁଟି ଦିବସ ରେ ପାଳନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଆଜି ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ ରେ ପାଳନ କମିଟି ସଭାପତି ବିଧାୟକ ଅଧୀରାଜ ପାଣିଗ୍ରାହୀ, ପୂର୍ବତନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମ୍ପାଦକ ପୃଥିରାଜ୍ ମହାନ୍ତି, କୋଷାଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନ, ଉପଦେଷ୍ଟା ନିମାଇଁ ଚରଣ ତାଣ୍ଡି, ଉପ ସଭାପତି ପ୍ରବୀଣ ପଟ୍ଟନାୟକ, କମଲ ଚରଣ ତାଣ୍ଡି,ଗୋବନ୍ଦ ପଣ୍ଡା ଯୋଗ ଦେଇଥିଲେ।
